ୟାଶିକାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ: ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଦକ୍ଷିଣ ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀର ଅଭିନେତ୍ରୀ ୟାଶିକା ଆନନ୍ଦ ସଡ଼କ ଦୁର୍ଘଟଣାର ଶିକାର ହୋଇଛନ୍ତି । ଯାହା ଦ୍ୱାରା ସେ ଗୁରୁତର ଭାବେ ଆହତ ହୋଇଛନ୍ତି । ତାମିଲନାଡ଼ୁର ମହାବଳିପୁରମର ଇଷ୍ଟକୋଷ୍ଟରେ ଏହି ଦୁର୍ଘଟଣା ଘଟିଛି । ମିଳିଥିବା ଖବର ଅନୁଯାୟୀ ୟାଶିକାଙ୍କ ବ୍ୟତିତ ୩ ଜଣ ବନ୍ଧୁ ମଧ୍ୟ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ତେବେ ତାଙ୍କ ବନ୍ଧୁ ଏବଂ ୟାଶିକାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।