ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ୟେଦିୟୁରପ୍ପା

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବିଏସ ୟେଦିୟୁରପ୍ପା ମୁଖ୍ୟମନ୍ତ୍ରୀ ପଦରୁ ଆଜି ଇସ୍ତଫା ଦେଇଛନ୍ତି । ଏନେଇ ସେ ନିଜେ ଘୋଷଣା କରିବା ସହ ରାଜ୍ୟପାଳଙ୍କୁ ଭେଟି ଇସ୍ତଫାପତ୍ର ପ୍ରଦାନ କରିବେ ବୋଲି ଜଣାପଡିଛି । ସେ ଘୋଷଣା କରିଥିଲେ ଯେ, ଜୁଲାଇ ୨୫ରେ ତାଙ୍କ ସରକାରର ଦୁଇ ବର୍ଷ ପୂରଣ ହେବା ପରେ ସେ ଦଳର ଶୀର୍ଷ ନେତୃତ୍ୱଙ୍କ ନିର୍ଦ୍ଦେଶ ପାଳନ କରିବେ । ଏବେ ଉତ୍ତରାଧିକାରୀ ଦୌଡରେ ରାଜ୍ୟ ସରକାରରେ କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଶିଳ୍ପପତି ଏମ.ଆର ନିରାନୀଙ୍କ ନା ଚର୍ଚ୍ଚା ହେଉଛି । ତେବେ ଯୋଶୀ କହିଥିଲେ ଯେ, ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ହୋଇନି । କିନ୍ତୁ ନିରାନୀ କହିଥିଲେ ଯେ ଦଳ ତରଫରୁ ଯାହା ଆଦେଶ ମିଳିବ ତାହା ସେ ପାଳନ କରିବେ ।