୪୦ରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ!

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରେ ଦେଖାଦେଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଭୟ ବଢାଇଛି । ଅନ୍ୟପକ୍ଷରେ ବିଶେଷଜ୍ଞମାନେ ବୁଷ୍ଟର ଡୋଜକୁ ନେଇ କେନ୍ଦ୍ର ସରକାରଙ୍କୁ ପରାମର୍ଶ ଦେଇଛନ୍ତି । ବିଶେଷଜ୍ଞମାନେ ସରକାରଙ୍କୁ କହିଛନ୍ତି ଯେ, କରୋନାର ବଦଳୁଥିବା ରୂପ ଏବେ ଲୋକମାନଙ୍କୁ ଅଧିକ ବିପଦକୁ ଟାଣି ନେଇପାରେ । ତେଣୁ ୪୦ ବର୍ଷରୁ ଅଧିକ ବୟସ୍କଙ୍କୁ ବୁଷ୍ଟର ଡୋଜ ଦେବାକୁ ସରକାର ଚିନ୍ତା କରନ୍ତୁ ।

ଭାରତରେ ୨ ଜଣଙ୍କଠାରେ ଓମିକ୍ରନ ଭାରିଆଣ୍ଟ ଚିହ୍ନଟ ହୋଇଛନ୍ତି । ସେହିପରି ଲୋକଙ୍କୁ ଟିକା ଦେବା ସହ ୪୦ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାର ବୁଷ୍ଟର ଡୋଜ ଦେବାକୁ କେନ୍ଦ୍ର ସରକାର ବିଚାର କରନ୍ତୁ । ଏହାସହ ବୟସ୍କ ଓ ଶାରୀରିକ ସମସ୍ୟା ଥିବା ରୋଗୀଙ୍କୁ ପ୍ରାଥମିକତା ଦିଆଯାଉ ବୋଲି ସରକାରଙ୍କୁ ପରାମର୍ଶ ଦେଇଛନ୍ତି ବିଶେଷଜ୍ଞ ଟିମ୍‌ । ଏହାସହ ସର୍ବାଧିକ ବିପଦ ସଂକୁଳ ଅଞ୍ଚଳ ଓ ବିଦେଶରୁ ଫେରୁଥିବା ଲୋକଙ୍କ ଉପରେ ସରକାର ସମ୍ପୂର୍ଣ୍ଣ ନଜର ରଖିବାର ଆବଶ୍ୟକତା ରହିଛି । ଉଲ୍ଲେଖଯୋଗ୍ୟ, ଆମେରିକା ଓ ବ୍ରିଟେନ ନିଜ ନିଜ ଦେଶରେ ୪୦ରୁ ଅଧିକ ବୟସ୍କ ଲୋକଙ୍କ ପାଇଁ ବୁଷ୍ଟର ଡୋଜକୁ ଅନୁମୋଦନ କରିସାରିଛନ୍ତି । ସେହିପରି ସମ୍ପୂର୍ଣ୍ଣ ଟିକା ଦିଆଯାଇଥିବା ବୟସ୍କ ଲୋକଙ୍କୁ ବୁଷ୍ଟର ଡୋଜ ଦିଆଯିବା ଉଚିତ ।