ରାଜ୍ୟରେ ୧୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୧୯୩ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୧୧୪ ଓ ସ୍ଥାନୀୟ ସଂକ୍ରମିତ ୭୯ ଜଣ ରହିଛନ୍ତି । ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‍ ବୟସର ୨୩ ଜଣ ରହିଥିବା ଜଣାଯାଇଛି ।

ବାଲେଶ୍ୱର ୧, ବରଗଡ ୨, ଭଦ୍ରକ ୪, ବଲାଙ୍ଗିର ୧, କଟକ ୧୨, ଢେଙ୍କାନାଳ ୨, ଗଞ୍ଜାମ ୬, ଜଗତସିଂହପୁର ୨, ଯାଜପୁରେ ୧୪ ଜଣ ଚିହ୍ନଟ ହୋଇଛନ୍ତି । ଝାରସୁଗୁଡା ୪, କନ୍ଧମାଳ ୪, କେନ୍ଦ୍ରାପଡା ୪, କେନ୍ଦୁଝର ୨, ଖୋର୍ଦ୍ଧା ୮୮ ଓ ମୟୁରଭଞ୍ଜରେ ୧୧ ଚିହ୍ନଟ ହୋଇଛନ୍ତି । ନୟାଗଡ ୧, ପୁରୀ ୩, ସମ୍ବଲପୁର ୭, ସୁନ୍ଦରଗଡ ୩ ଏବଂ ଷ୍ଟେଟପୁଲରୁ ୨୦ ଜଣଙ୍କୁ ଚିହ୍ନଟ କରାଯାଇଛି । ଦିନକ ମଧ୍ୟରେ ୨୩୩ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସଂପ୍ରତି ୨୩୮୩ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।