୫ ସାଇବର ଲୁଟେରା ଗିରଫ

ବାଲେଶ୍ୱର : ବ୍ୟାଙ୍କ ଆକାଉଣ୍ଟକୁ ହ୍ୟାକ୍ କରି ଲୁଟ୍ କରିଥିବା ବାଲେଶ୍ଵର ସାଇବର ଥାନା ପୋଲିସ ୫ ଜଣ ସାଇବର ଲୁଟେରାଙ୍କୁ ଧରିଲା । ଏହା ସହିତ ୧୦ଟି ମୋବାଇଲ ଫୋନ, ୧୪ ଟି ବିଭିନ୍ନ ବ୍ୟାଙ୍କର ଏଟିଏମ୍, ୩୯ଟି ସିମ କାର୍ଡ ମଧ୍ୟ ଜବତ କରାଯାଇଛି । ଇଣ୍ଟରନେଟ ଦ୍ୱାରା ହ୍ୟାକ କରି ୧୨ ଲକ୍ଷ୍ୟ ୪୫ ହଜାର ଟଙ୍କା ଲୁଟ୍ କରି ଦେଇଥିଲେ ସାଇବର ଲୁଟେରା । ଏହା ପରେ ଗତବର୍ଷ ଡ଼ିସେମ୍ବର ୨୯ ତାରିଖରେ ବାଲେଶ୍ଵର ଜିଲ୍ଲା ନୀଳଗିରି ଥାନା ବାଲିଗୋହିରୀ ଅଞ୍ଚଳର  ଜ୍ୟୋତ୍ସ୍ନାରାଣୀ ପାତ୍ର ବାଲେଶ୍ଵର ସାଇବର ଥାନାରେ ଅଭିଯୋଗ କରିଥିଲେ ।

ପରେ ଆକ୍ସନ୍ ମୋଡ଼୍ କୁ ଆସିଥିଲା ସାଇବର ଥାନା ପୋଲିସ୍ । ତେବେ ଆଜି ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ଲିଙ୍କ୍ ଓଡ଼ିଶାର ସୁନ୍ଦରଗଡ଼ ପଶ୍ଚିମବଙ୍ଗର କଲିକତା, ମୁର୍ଶିଦାବାଦ ସମେତ ବିହାର ଓ ଝାରଖଣ୍ଡରେ ଆଦି ଥିବା ଜଣା ପଡ଼ିଛି ।