ବିପୁଳ ପରିମାଣର ବ୍ରାଉନସୁଗାର ଜବତ୍

ବାଲେଶ୍ୱର : ଜଳେଶ୍ୱରରେ ଏବେ ସୀମା ଟପୁଛି ବ୍ରାଉନସୁଗାର କାରବାର । ଯାହା ଏବେ ରାଜ୍ୟ ପୋଲିସ୍ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ ହୋଇ ଛିଡା ହୋଇଛି । ଆଜି ପୁଣି ଏହି ଅଞ୍ଚଳରୁ ବିପୁଳ ପରିମାଣର ଧଳାଜହର ଜବତ୍ କରାଯାଇଛି । ବ୍ରାଉନସୁଗାର କାରବାର କରାଯାଉଥିବା ନେଇ ଖବର ପାଇ ପୋଲିସ୍ ଚଢାଉ କରି ପ୍ରାୟ ୪୦୦ଗ୍ରାମରୁ ଉର୍ଦ୍ଧ୍ୱ ବ୍ରାଉନସୁଗାର ଜବତ୍ କରିଥିବା ସୂଚନା ମିଳିଛି ।

ଏ ମାମଲାରେ ପୋଲିସ୍ ଜଣଙ୍କୁ ଗିରଫ କରିଥିବା ବେଳେ ଏମାନଙ୍କ ଗ୍ୟାଙ୍ଗରେ ଆଉ କିଏ କିଏ ସାମିଲ ରହିଛନ୍ତି ତାକୁ ନେଇ ଖୋଳତାଡ ଆରମ୍ଭ କରିଛି ଜଳେଶ୍ୱର ପୋଲିସ୍ । ଜବତ୍ ଧଳାଜହର ଆନୁମାନିକ ମୂଲ୍ୟ ୪୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଜଣାପଡିଛି ।