ରିମାଣ୍ଡରେ ଗଲେ କେବିଏନ ଗ୍ରୁପର ସଦସ୍ୟ

ଭୁବନେଶ୍ୱର: କେବିଏନ ଗ୍ରୁପ ଭିଡିଓ ଭାଇରାଲ ମାମଲାରେ ପାଞ୍ଚଜଣ ସଦସ୍ୟଙ୍କୁ ରିମାଣ୍ଡରେ ନେଲା ନୟାପଲ୍ଲୀ ଥାନା ପୋଲିସ । ଏହି ଦୁଇ ଦିନିଆ ରିମାଣ୍ଡରେ ନେଇ ଅଧିକ ପଚରାଉଚୁରା କରିବ ପୋଲିସ । ୫ ଅଭିଯୁକ୍ତ ହେଲେ ସୁମନ ପରିଡା, ରାଜେଶ ବେହେରା, ସନାତନ ବେହେରା, ରାହୁଲ ଜିନ୍‌ ଏବଂ ନରେନ୍ଦ୍ର ସାହୁ । ୭ ଦିନିଆ ରିମାଣ୍ଡ ପାଇଁ ପୋଲିସ ଆବେଦନ କରିଥିବା ବେଳେ ଦୁଇ ଦିନ ରିମାଣ୍ଡ ଅନୁମତି ଦେଇଥିଲେ ଭୁବନେଶ୍ୱର ଏସଡିଜିଏମ କୋର୍ଟ ।