ପାକିସ୍ତାନରୁ ଆସିଥିବା ହେରୋଇନ ଓ ଡ୍ରଗ୍ସ ଜବତ ସହ ୩ ଗିରଫ

ଗୁଜୁରାଟ : ପାକିସ୍ତାନରୁ ଆସିଥିବା ୩୧୩ କୋଟି ଟଙ୍କାର ହେରୋଇନ ଓ ଡ୍ରଗ୍ସ ଗୁଜୁରାଟ ପୋଲିସ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଏହି ଚଢ଼ାଉ ବେଳେ ୪୫ କିଲୋଗ୍ରାମ ହେରୋଇନ ଜବତ କରାଯାଇଛି ଯାହାର ମୂଲ୍ୟ ୨୨୫ କୋଟି ଟଙ୍କା ବୋଲି ଜଣାପଡିଛି । ଏହା ପୂର୍ବରୁ ମହାରାଷ୍ଟ୍ରର ଥାନାର ବାସିନ୍ଦା ସଜଜାଦ ଘୋଷିକୁ ଖମ୍ବଲିଆ ସହରର ଏକ ଗେଷ୍ଟ ହାଉସରୁ ଗିରଫ କରାଯାଇଥିଲା । ତାଠାରୁ ୧୧.୪୮୩ କିଲୋଗ୍ରାମ ହେରୋଇନ୍‌ ଏବଂ ୬.୧୬୮ କିଲୋଗ୍ରାମ ମିଥାମଫେଟାମାଇନ୍‌ ଡ୍ରଗ୍ସ ୧୯ଟି ପ୍ୟାକେଟ୍‌ ଜବତ କରାଯାଇଥିଲା । ଜବତ ହୋଇଥିବା ଡ୍ରଗ୍ସ ସମୁଦ୍ର ରାସ୍ତା ଦେଇ ପାକିସ୍ତାନରୁ ଗୁଜୁରାଟ ଅଣାଯାଇଥିଲା ।