ରାଉରକେଲାର ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘରେ ଭିଜିଲାନ୍ସ ଚଢ଼ଉ

ରାଉରକେଲା : ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉରକେଲାର ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘରେ ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ମନୋରଞ୍ଜନଙ୍କ ଛେଣ୍ଡ୍ ସ୍ଥିତ ୨ଟି ଘର, କାର୍ଯ୍ୟାଳୟ , ଭୁବନେଶ୍ୱର ଗୋଠପାଟଣାରେ ଥିବା ଆପାଟମେଣ୍ଟ୍‌ ଓ ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଥିବା ଘରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଛି।

ରାଉରକେଲା, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ଦେବଗଡ଼ର ଜିଲ୍ଲାର ଭିଜିଲାନ୍ସ ଟିମ୍‌ ମିଳିତଭାବେ ଏହି ଚଢ଼ାଉ  କରିଛନ୍ତି। ମନୋରଞ୍ଜନ ନାୟକ କହିଛନ୍ତି, ମୋର ପାଖରେ ଆୟ ବର୍ହିଭୂତ ସମ୍ପତ୍ତି ନାହିଁ। ମୋର ଏତେ ଘର ନାହିଁ , ମୋର ଗୋଟିଏ ଘର  ଅଛି।  ମୁଁ ସେହି ଘରକୁ ଲୋନ୍ ନେଇ ୨୦୦୩ ମସିହାରେ ତିଆରି କରିଥିଲି। ମୋ ଡିପାଣ୍ଟମେଣ୍ଟର କେହି ଲୋକ ମୋ ନାଁରେ ମିଛ ଅଭିଯୋଗ କରିଛନ୍ତି।