ଡ୍ରଗ୍ସ କାରବାର ମାମଲାରେ ଗିରଫ ହେଲେ ଅଭିନେତା ଅରମାନ କୋହଲି

ମୁମ୍ୱାଇ,ତା ୨୯/୦୮: ଡ୍ରଗ୍ସ କାରବାର ମାମଲାରେ ଅଭିନେତା ଅରମାନ କୋହଲି ଗିରଫ ହେଲେ । ବହୁତ ସମୟ ପଚରା ଉଚରା ପରେ NCBଗିରଫ କରିଛି । NCBଶନିବାର ସନ୍ଧ୍ୟାରେ ଅରମାନଙ୍କ ଘରେ ରେଡ୍ କରିଥିଲେ । ଏହି ସମୟରେ ତାଙ୍କ ଘରୁ ଡ୍ରଗ୍ସ ଜବତ ହୋଇଥିଲା । NCB କହିବା ମୁତାବକ ଡ୍ରଗ୍ସ ମାପିଆଙ୍କୁ ଖୋଜି ଖୋଜି NCB ଅରମାନଙ୍କ ନିକଟରେ ପହଞ୍ଚିଥିଲା ।

ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(NCB) ଶନିବାର ମୁମ୍ବାଇରେ ଅରମାନ କୋହଲିଙ୍କ ବାସଭବନରେ ଚଢାଉ କରିଥିଲା । ଏହା ପରେ ଅରମାନଙ୍କୁ ଏନସିବି କାର୍ଯ୍ୟାଳୟକୁ ନିଆଯାଇଥିଲା । ସୂଚନା ଥାଉକି, ଅରମାନ କୋହଲି ବିଗ୍ ବସ୍ -୭ ର ଏକ ଅଂଶ ଥିଲେ ଏବଂ ସେହି ସମୟ ମଧ୍ୟରେ ସେ ମଧ୍ୟ ବିବାଦରେ ଥିଲେ । ଏହା ବ୍ୟତୀତ, ସେ ଜମାନା, କୋହ, ଭୀର, ଜାନି ଦୁଶମାନ ଭଳି ଚଳଚିତ୍ର ଅଭିନୟ କରିଥିଲେ ।