ସିବିଆଇ ଅଫିସରୁ ୧୦୩ କିଲୋ ସୁନା ଗାଏବ-shaksi news

ଚେନ୍ନାଇ: ଗାଏବ ହୋଇଯାଇଛି ସିବିଆଇ ହେପାଜତରେ ଥିବା ୧୦୩ କେଜି ସୁନା। ଯାହାର ମୂଲ୍ୟ ପ୍ରାୟ ୪୫ କୋଟି ଟଙ୍କା। ଶୁକ୍ରବାର ମାଡ୍ରାସ ହାଇକୋର୍ଟ ତାମିଲନାଡୁ ସିବି-ସିଆଇଡିକୁ ଏହାର ତଦନ୍ତ ନିର୍ଦ୍ଦେଶ ଦେବା ପରେ ଘଟଣାଟି ସାମ୍ନାକୁ ଆସିଛି।

ସୂଚନାମୁତାବିକ,୨୦୧୨ ମସିହାରେ ଚେନ୍ନାଇର ସୁରାନା କାର୍ଯ୍ୟାଳୟରେ ଚଢାଉ କରି ୪୦୦ କିଲୋ ସୁନା ଜବତ୍ କରିଥିଲା । ହେଲେ ଏବେ ସେହି ୪୦୦ କିଲୋ ସୁନାରୁ ୧୦୩ କିଲୋ ସୁନା ଉଭାନ ହୋଇଯାଇଛି । ଏନେଇ ସିବିଆଇ କହିଛି ଯେ ଚେନ୍ନାଇରେ ଥିବା ସିବିଆଇର ମୁଖ୍ୟ କାର୍ଯ୍ୟାଳୟ ଲକର ପାଇଁ ୭୨ ଟି ଚାବି ପ୍ରଦାନ କରାଯାଇଥିଲା । ହେଲେ ଏହି ଚାବି ବିଭିନ୍ନ କର୍ମଚାରୀଙ୍କ ପାଖରେ ରହୁଥିଲା ।

ଏପରିକି ସିବିଆଇ ନିଜ ଉପରୁ ଦୋଷ ହଟାଇବାକୁ ସିବିଆଇର ଜଣେ ବରିଷ୍ଠ କର୍ମଚାରୀ କହିଛନ୍ତି କି ଯେତେବେଳେ ସୁନା ଜବତ ହୋଇଥିଲା ସୁନାର ସମସ୍ତ ରଡକୁ ଏକ ସଂଗେ ଓଜନ କରାଯାଇଥିଲା । ହେଲେ ଏବେ ତାହାକୁ ଅଲଗା ଅଲଗା କରି ଓଜନ କରିବା ଦ୍ୱାରା ଓଜନରେ ଗଡ ବଡ ହେଉଛି । ହେଲେ ହାଇକୋର୍ଟର ବିଚାରପତି ଜଷ୍ଟିସ୍ ପ୍ରକାଶ ସିବିଆଇର ଏଭଳି ଦାବିକୁ ମାନିବାକୁ ପ୍ରସ୍ତୁତ ନୁହନ୍ତି । ସେ ସିବି-ସିଆଇଡିର ଜଣେ ଏସପି ପାହ୍ୟାର ଅଧିକାରୀଙ୍କୁ ଏହାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହା ସହ କହିଛନ୍ତି କି ୬ ମାସ ମଧ୍ୟରେ ରିପୋର୍ଟ ପ୍ରଦାନ କରିବାକୁ ।

ଅନ୍ୟପଟେ ସ୍ଥାନୀୟ ପୁଲିସ୍ ଦ୍ୱାରା ଘଟଣାର ତଦନ୍ତ କରାଗଲେ ସିବିଆଇର ସମ୍ମାନହାନୀ ହେବ ବୋଲି କୋର୍ଟରେ ଯୁକ୍ତି ବଢ଼ାଯାଇଥିଲା। ଏହାର ଜବାବରେ କୋର୍ଟ କହିଥିଲେ ଯେ ଆଇନ ଏଭଳି ସିନ୍ଧାନ୍ତକୁ ଅନୁମତି ଦିଏନାହିଁ। ସମସ୍ତ ପୁଲିସ୍ କର୍ମଚାରୀଙ୍କ ଉପରେ ବିଶ୍ୱାସ ରହିବା ଉଚିତ୍।