୩୭ ଲିଟର ଚୋରା ଦେଶୀ ମଦ ଜବତ

ଚୌଦ୍ୱାର: ଚୌଦ୍ୱାର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବହୁ ମାତ୍ରାରେ ବେଆଇନ ଦେଶୀ ମଦ ଜବତ କରାଯାଇଛି । ଏ ସଂକ୍ରାନ୍ତରେ ୩ ଜଣଙ୍କୁ ଗିରଫ କରାଯାଇ ଅଦାଲତ ଚାଲାଣ କରାଯାଇଛି । ପ୍ରାପ୍ତ ସୂଚନା ଅନୁସାରେ ଶଂକରପୁର ଓ ବଡ଼ସାମନ୍ତରାପୁର ଗ୍ରାମରେ ଚୋରାମଦ ବ୍ୟବସାୟ ଚାଲିଥିବା ଖବର ପାଇ ଚୌଦ୍ୱାର ଅବକାରୀ ଅଧିକାରୀ ଥାପ୍ପା ମାରାଣ୍ଡି ସଦଳବଳେ ଉଭୟ ଗ୍ରାମରେ ଚଢ଼ଉକରି ଅଭିଯୁକ୍ତ ମାନଙ୍କୁ ଧରିବା ସହ ସେମାନଙ୍କ ଠାରୁ ୩୭ ଲିଟର ଚୋରା ଦେଶୀ ମଦ ଜବତ କରିଥିଲେ । ଗିରଫ ଅଭିଯୁକ୍ତମାନେ ହେଲେ ଶଂକରପୁର ଗ୍ରାମର ବୁଲୁ ରାଉତ, ବଡ଼ସାମନ୍ତରାପୁର ଗ୍ରାମର କାର୍ତ୍ତିକ ରାଉତ ଓ ପ୍ରକାଶ ରାଉତ ।