ୟୁକେ ନାଗରିକଙ୍କ ପାଇଁ ୧୦ ଦିନିଆ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ

ନୂଆଦିଲ୍ଲୀ: ୟୁକେ ବିରୋଧରେ କଡା ଆଭିମୁଖ୍ୟ ଗ୍ରହଣ କଲା ଭାରତ । ୟୁକେ ନାଗରକଙ୍କ ପାଇଁ ହୋମ କ୍ୱାରେଣ୍ଟାଇନ ବାଧ୍ୟତାମୂଳକ କଲେ କେନ୍ଦ୍ର ସରକାର । ଭାରତରେ ପହଞ୍ଚିବା ପରେ ୧୦ ଦିନ ଗୃହ ସଙ୍ଗରୋଧରେ ରହିବାକୁ ହେବ ବୋଲି କୁହାଯାଇଛି । ଭାରତ ସାର୍ଟିଫିକେଟକୁ ୟୁକେ ମାନୁନଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି । ସେହିପରି ସଙ୍ଗରୋଧର ଅଷ୍ଟମ ଦିନରେ ଆରଟିପିସିଆର ପରୀକ୍ଷା କରାଇବାକୁ ପଡିବ । ଭାରତ ଆସୁଥିବା ବ୍ରିଟିଶ ନାଗରକି ପହଞ୍ଚିବା ମାତ୍ରେ ହିଁ ପରୀକ୍ଷା କରାଇବେ।