ଲାଞ୍ଚ ନେବା ବେଳେ ଧରାପଡ଼ିଲେ ଅମିନ

ଅନୁଗୁଳ: ରାଜ୍ୟରେ ଦିନକୁ ଦିନ ଦୁର୍ନୀତି ବଢ଼ିବାରେ ଲାଗିଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ହେଉ ବା ଲାଞ୍ଚ ନେବା ଅଭିଯୋଗରେ, ପ୍ରତିଦିନ କେହି ନା କେହି ଅଫିସର ଭିଜିଲାନ୍ସ ଜାଲରେ ଫସୁଛନ୍ତି । ପିଅନଠାରୁ ଆରମ୍ଭ କରି ବଡ଼ ବଡ଼ ଅଫିସରମାନଙ୍କ ମୁଖା ଖୋଲୁଛି । ଏହାରି ମଧ୍ୟରେ ଭିଜିଲାନ୍ସ ପଞ୍ଝାରେ ଫସିଛନ୍ତି ଜଣେ ଅମିନ । ଅନୁଗୁଳ ଜିଲ୍ଲା କଣିହାଁ ଆରଆଇ ଅଫିସର ଅମିନଙ୍କୁ ଧରିଛି ଭିଜିଲାନ୍ସ । ଲାଞ୍ଚ ନେବା ବେଳେ ଧରାପଡିଛନ୍ତି ଅମିନ ସୌମ୍ୟରଞ୍ଜନ ଦାସ । ଘଟଣାକୁ ନେଇ ଅଧିକ ତଦନ୍ତ ଜାରି ରହିଛି ।