ସଡକ ଦୁର୍ଘଟଣାରେ ମାଆ ସହ ୨ ଶିଶୁଙ୍କ ଜୀବନ ଗଲା

କଳାହାଣ୍ଡି: କଳାହାଣ୍ଡିର କେସିଙ୍ଗା ଅଞ୍ଚଳରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ମାଆ ସହ ୨ ଶିଶୁଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ କେସିଙ୍ଗା ହସ୍ପିଟାଲରେ ଭର୍ତି କରିଯାଇଥିବା ଜଣାପଡ଼ିଛି । ମୃତକମାନେ ହେଲେ ଟିଟଲାଗଡ ବାସିନ୍ଦା । ବର୍ଷା ପାଇଁ ଜାତୀୟ ରାଜପଥରେ ଭାରସାମ୍ୟ ହରାଇ କାରଟି ତାଳ ଗଛରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ମୃତ ମହିଳା ଏବଂ ତାଙ୍କ ୩ ପିଲା ଭବାନୀପାଟଣାରୁ ଟିଟିଲାଗଡ଼ ନିଜ ଘରକୁ ଏକ କାରରେ ଫେରୁଥିବା ସମୟରେ ଭାରସାମ୍ୟ ହରାଇଥିଲା । ଏଥିରେ ୩ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କାର ଚାଳକ ଗୁରୁତର ଆହତ ହୋଇ କେସିଙ୍ଗା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।