ଭାରତୀୟ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ

ଭାରତୀୟ ଟି-୨୦ ବିଶ୍ୱକପ୍ ଦଳରେ ପରିବର୍ତ୍ତନ । ଅଲରାଉଣ୍ଡର ଅକ୍ଷର ପଟେଲଙ୍କ ଜାଗା ନେଲେ ଦ୍ରୁତ ବୋଲର ସାର୍ଦ୍ଦୁଲ ଠାକୁର । ବୁଧବାର ଏନେଇ ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ସିନିୟର ସିଲେକ୍ସନ କମିଟି ସହିତ ଆଲୋଚନା କରିବା ପରେ ଏନେଇ ନିଷ୍ପତ୍ତି ନିଆଯାଇଛି ।

କିଛି ଦିନ ତଳେ ବିଶ୍ୱକପ୍ ପାଇଁ ୧୫ଜଣିଆ ଭାରତୀୟ ଦଳ ଘୋଷଣା କରାଯାଇଥିଲା । ତା ସହିତ ୩ ଜଣ ଷ୍ଟାଣ୍ଡବାଏ ଖେଳାଳି ମଧ୍ୟ ଘୋଷଣା କରାଯାଇଥିଲା । ଏହି ଷ୍ଟାଣ୍ଡବାଏ ଖେଳାଳି ତାଲିକାରେ ଶ୍ରେୟାସ ଆୟାର, ଦୀପକ ଚହରଙ୍କ ସହିତ ସାର୍ଦ୍ଦୁଲ ଠାକୁର ସ୍ଥାନ ପାଇଥିଲେ । ଆଉ ଏବେ ଅକ୍ଷର ପଟେଲଙ୍କ ସ୍ଥାନରେ ସାର୍ଦ୍ଧୁଲ ଠାକୁର ଦଳକୁ ଫେରିଥିବାରୁ ଷ୍ଟାଣ୍ଡବାଏ ଖେଳାଳି ତାଲିକାରେ ଅକ୍ଷର ପଟେଲ ସାମିଲ ହୋଇଛନ୍ତି ।