୧୮ଟି ଦେଶରେ ପୁଣି ରିଲିଜ ହେବ ଫିଲ୍ମ DDLJ

ନୂଆଦିଲ୍ଲୀ : ଆଇକନିକ ଫିଲ୍ମ “ଦିଲଓ୍ବାଲେ ଦୁଲହନିଆ ଲେ ଜାଏଙ୍ଗେ” କୁ ପୂରିଯାଇଛି ୨୫ ବର୍ଷ। ଏବେ ବି ଫିଲ୍ମ ସେମିତି ଲୋକପ୍ରିୟ। ପିଲ୍ମକୁ ନେଇ ସମାଲୋଚନା ତରଣ ଆଦର୍ଶ କହିଛନ୍ତି ଏହି ବ୍ଲକବ୍ଲାଷ୍ଟର ଫିଲ୍ମ ପୁଣି ଥରେ ୧୮ଟି ଦେଶରେ ରିଲିଜ ହେବ। ଏଥିପାଇଁ ତାଲିକା ପ୍ରସ୍ତୁତି ସରିଛି।

ଆମେରିକା, ୟୁକେ, ୟୁଏଇ, ସାଉଦି ଆରବ, କତର, ମରିସିୟସ, ସାଉଥ ଆଫ୍ରିକା, ନ୍ୟୁଜିଲାଣ୍ଡ, ଫିଜି, ଜର୍ମାନୀ, ସ୍ବିଡେନ, ନରଓ୍ବେ, ସ୍ବିଜରଲ୍ୟାଣ୍ଡ, ଇଷ୍ଟୋନିଆ ଓ ଫିନଲାଣ୍ଡରେ ରିଲିଜ ହେବ। ଏହାର ଅର୍ଥ ଏହାର କ୍ରେଜ କେବଳ ଭାରତରେ ସୀମିତ ନାହିଁ ବରଂ ବିଦେଶରେ ମଧ୍ୟ ଅଛି।

ଫିଲ୍ମକୁ ୨୫ ବର୍ଷ ପୂରିଥିବାରୁ ଶାହରୁଖ ଓ କାଜୋଲଙ୍କୁ ମଧ୍ୟ ସ୍ବତନ୍ତ୍ର ସମ୍ମାନ ଦିଆଯିବ। ପ୍ରଥମଥର ପାଇଁ ଏହି ଆଇକନିକ ଫିଲ୍ମକୁ ଲଣ୍ଡନର ଲିଷ୍ଟେର ସ୍ବାୟରରେ ସମ୍ମାନିତ କରାଯିବ। ଫିଲ୍ମର ଏକ ଦୃଶ୍ୟକୁ ସିନ୍ସ ଇନ ଦ ସ୍କ୍ବାୟରରେ ସାମିଲ କରାଯିବ। ଏହି ଫିଲ୍ମର ନିର୍ଦେଶନା ଦାୟିତ୍ବ ତୁଲାଇ ଥିଲେ ଆଦିତ୍ୟ ଚୋପଡା। ଫିଲ୍କରେ କାଜୋଲ ଓ ଶାହରୁଖଙ୍କ ବ୍ୟତୀତ ଅନୁପମ ଖେର, ଅମରିଶ ପୁରି, ଫରିଦା ଜଲାଲ, ସତୀଶ ଶାହଙ୍କ ଭଳି କଳାକାର ଅଭିନୟ କରିଥିଲେ।