ଡେଙ୍ଗୁର ନୂଆ ଷ୍ଟ୍ରେନ୍ ‘ସୀରୋଟାଇପ୍-୨

ନୂଆଦିଲ୍ଲୀ: ଦୁନିଆରେ ଲକ୍ଷ ଲକ୍ଷ ଲୋକ ମାରାତ୍ମକ ଡେଙ୍ଗୁରେ ଆକ୍ରାନ୍ତ ହୋଇ ପ୍ରାଣ ହରାଉଛନ୍ତି । ମୌସୁମୀ ଆରମ୍ଭ ହେବା ସହିତ ଡେଙ୍ଗୁର ମାମଲା ବଢ଼ିବା ମଧ୍ୟ ଆରମ୍ଭ ହୋଇଯାଏ । ତେଣୁ ସେପ୍ଟେମ୍ବରରୁ ଅକ୍ଟୋବର ମାସ ଭିତରେ ଲୋକମାନଙ୍କୁ ଡେଙ୍ଗୁକୁ ନେଇ ଆଲର୍ଟ କରିଦିଆଯାଇଥାଏ । ବିଶେଷ କରି ଏହି ସମୟରେ କିପରି ଆଖପାଖ ଅଞ୍ଚଳରେ ଧ୍ୟାନ ଦେବା ଠାରୁ ବିଭିନ୍ନ ଜିନିଷ ଉପରେ ଧ୍ୟାନ ଦେବାପାଇଁ ଡାକ୍ତର ମାନେ ପରାମର୍ଶ କରିଥାନ୍ତି । ଏଡିଜ୍ ମଶା କାରଣରୁ ହେଉଥିବା ଏହି ଗମ୍ଭୀର ରୋଗ ମାମଲା ଏବେ ପୁଣି ବଢ଼ିଯାଇଛି । ବର୍ତ୍ତମାନର ସ୍ଥିତି ଅନୁଯାୟୀ, ଦେଶର ୧୧ଟି ରାଜ୍ୟରେ ଡେଙ୍ଗୁ ସଂକ୍ରମଣ ଗମ୍ଭୀର ହେଉଥିବା ଦେଖିବାକୁ ମିଳିଛି । ତେଣୁ ଏନେଇ ସତର୍କ ସୂଚନା ଜାରି କରାଯାଇଛି । ଏବେ ଏହାର ଏକ ନୁତନ ଷ୍ଟ୍ରେନ୍ ବ୍ୟାପିବାରେ ଲାଗିଛି । ଯାହା ଖୁବ୍ ମାରାତ୍ମକ ସାବ୍ୟସ୍ତ ହେଉଛି ।ରିପୋର୍ଟ ଅନୁସାରେ, ଡେଙ୍ଗୁର ନୂଆ ଷ୍ଟ୍ରେନ୍ ସୀରୋଟାଇପ୍-୨ର ମାମଲା ଦେଖିବାକୁ ମିଳିଛି । ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ମଧ୍ୟ ଚିନ୍ତାବ୍ୟକ୍ତ କରିଛନ୍ତି ।