ଡୁପ୍ଲେସିସଙ୍କ ଦମଦାର ଅର୍ଦ୍ଧଶତକ

ଦୁବାଇ: ଦୁବାଇ ଇଣ୍ଟରନ୍ୟାସନାଲ୍ କ୍ରିକେଟ୍ ଷ୍ଟାଡିୟମରେ ଆଜି ଖେଳାଯାଉଥିବା ରୋମାଞ୍ଚକର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ କିଙ୍ଗସ ସାମ୍ନାରେ ୧୩୫ ରନର ଟାର୍ଗେଟ୍ ରଖିଛି ଚେନ୍ନାଇ ସୁପରକିଙ୍ଗସ । ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା ପଞ୍ଜାବ । ତେବେ ବ୍ୟାଟିଂ ଆମନ୍ତ୍ରଣ ପାଇବା ପରେ ମୈଦାନକୁ ଓହ୍ଲାଇଥିବା ଚେନ୍ନାଇ ପ୍ରଥମରୁ ହିଁ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରିଥିଲା । ତେବେ ଫାଫ୍ ଡୁପ୍ଲେସିସଙ୍କ ଦମଦାର ଅର୍ଦ୍ଧଶତକ ବଳରେ ନିର୍ଦ୍ଧାରିତ ଓଭରରେ ୬ଟି ୱିକେଟ୍ ହରାଇ ୧୩୪ ରନ୍ କରିବାକୁ ସକ୍ଷମ ହୋଇଛି ଚେନ୍ନାଇ ।