ଆଜି ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ନିର୍ବାଚନ ତାରିଖ ଘୋଷଣା ହେବ

ନୂଆଦିଲ୍ଲୀ(ଏସ୍ ନ୍ୟୁଜ): ଆଜି ନିର୍ବାଚନ କମିସନ ୪ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ। ଅପରାହ୍ଣ ୪.୩୦ ମିନିଟ୍‌ରେ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଏକ ସାମ୍ବାଦିକ ସମ୍ମିଳନୀରେ ଆସାମ, କେରଳ, ପୁଡୁଚେରୀ, ତାମିଲନାଡୁ ଓ ପଶ୍ଚିମବଙ୍ଗ ପାଇଁ ନିର୍ବାଚନ ତାରିଖ ଘୋଷଣା କରାଯିବ ବୋଲି ନିର୍ବଚନ କମିସନ୍‌ ତରଫରୁ ଦିଆଯାଇଥିବା ବିବୃତିରୁ ଜଣାପଡ଼ିଛି। ଆଗାମୀ ଏପ୍ରିଲ୍‌ ଓ ମେ ମାସରେ ଉପରୋକ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ନିର୍ବାଚନ କରାଯିବ। ଏଥିନିମନ୍ତେ ତାରିଖ ଚୂଡ଼ାନ୍ତ କରିବା ପାଇଁ ବୁଧବାର ଦିନ ନିର୍ବାଚନ କମିସନ୍‌ରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ଏଥିରେ ଅଧ୍ୟକ୍ଷତା କରିଥିଲେ ମୁଖ୍ୟ ନିର୍ବାଚନ କମିସନର୍‌ ସୁନୀଲ ଅରୋରା। ଉଲ୍ଲେଖଯୋଗ୍ୟ,ଗତବର୍ଷ ଅକ୍ଟୋବର ଓ ନଭେମ୍ବର ମାସରେ ବିହାରରେ ତିନୋଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ହୋଇଥିଲା। ଦେଶରେ କରୋନାଭାଇରସ୍‌ ମହାମାରୀ ମଧ୍ୟରେ ଏହା ହେବ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ।