ସିଆରପିଏଫଙ୍କର ସ୍ୱତନ୍ତ୍ର ଟ୍ରେନରେ ବିସ୍ଫୋରଣ

ରାୟପୁର: ଛତିଶିଗଡର ରାୟପୁର ସ୍ଥିତ ରେଲୱେ ଷ୍ଟେସନରେ ଶନିବାର ଏକ ବିସ୍ଫୋରଣ ଘଟିଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ବିସ୍ଫୋରଣ ସିଆରପିଏଫଙ୍କର  ସ୍ୱତନ୍ତ୍ର ଟ୍ରେନରେ ହୋଇଛି। ବିସ୍ଫୋରକ ବୋଝେଇ ବାକ୍ସ ଟ୍ରେନ ବଗିର ଚଟାଣରେ ପଡିଯିବା ପରେ ବିସ୍ଫୋରଣ ହୋଇଥିଲା। ଏଥିରେ ୪ ଜଣ ଯବାନ ଆହତ ହୋଇଛନ୍ତି। ସେମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରାୟପୁର ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ, ସିଆରପିଏଫଙ୍କର ୨୧୧ ବାଟାଲିୟମର ଯବାନ ଜମ୍ମୁରୁ ସ୍ୱତନ୍ତ୍ର ଟ୍ରେନରେ ଯାଉଥିଲେ। ତାଙ୍କ ସହ ଗ୍ରେନେଡ ଏକ ବାକ୍ସରେ ରହିଥିଲା। ସେହି ସମୟରେ ଉକ୍ତ ବାକ୍ସଟି ଚଟାଣରେ ଖସିପଡିବା ଫଳରେ ବିସ୍ଫୋରଣ ହୋଇଥିଲା