ଆଜି କୋଲକାତା ନାଇଟ ରାଇଡର୍ସ ସହ ମୁହାଁମୁହିଁ ହେବ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ

ଆବୁଦାବି : ୨୧୧୦ ମଙ୍ଗଳବାର ଖେଳାଯିବାକୁ ଥିବା ଆଇପିଏଲର ୩୯ ତମ ମ୍ୟାଚରେ ମୁହାଁମୁହିଁ ହେବେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ କୋଲକାତା ନାଇଟ ରାଇଡର୍ସ । ତେବେ କୋଲକାତା ପାଖରେ ବେଙ୍ଗାଲୁରୁକୁ ହରାଇ ପ୍ରତିଶୋଧ ନେବାର ସୁଯୋଗ ରହିଥିବାରୁ ମ୍ୟାଚଟି ବେଶ ସଂଘର୍ଷପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି ।

ଆଇପିଏଲର ରେକର୍ଡକୁ ଦେଖିଲେ ଆରସିବି ଓ କେକେଆର ଏବେସୁଦ୍ଧା ୨୫ ଥର ସାମ୍ନାସାମ୍ନି ହୋଇଛନ୍ତି । ଏହମଧ୍ୟରୁ ଆରସିବି ୧୧ ଓ କେକେଆର ୧୪ଟି ମ୍ୟାଚ୍ ଜିତିଛନ୍ତି । ଏହି ସିଜିନରେ ଉଭୟ ଦଳ ମଧ୍ୟରେ ହୋଇଥିବା ପ୍ରଥମ ମୁକାବିଲାରେ କୋଲକାତକୁ ଆରସିବି ମାତ୍ ଦେଇଥିଲା ।

ଗତ ମ୍ୟାଚରେ କୋଲକାତା ନ୍ୟୁଜିଲାଣ୍ଡର ଷ୍ଟାର ବୋଲର ଫର୍ଗ୍ୟୁସନଙ୍କୁ ସୁଯୋଗ ଦେଇଥିଲା । ତାଙ୍କ ବୋଲିଂରେ ଗତ ମ୍ୟାଚରେ ହାଇଦ୍ରାବଦର ବ୍ୟାଟିଂ ଲାଇନ୍ ଭୁସୁଡି ପଡିଥିଲା । ସେ ୪ ଓଭରରେ ୧୫ ରନ୍ ଦେଇ ୩ଟି ଓ୍ୱିକେଟ ନେଇଥିଲେ । ଏହାସହ ସୁପର ଓଭରରେ ମଧ୍ୟ ୨ ରନ୍ ଦେଇ ଦୁଇଟି ଓ୍ୱିକେଟ୍ ନେଇଥିଲେ । ଗତ ସିଜିନରେ କେକେଆର ତରଫରୁ ୫ଟି ମ୍ୟାଚ୍ ଖେଳି ମାତ୍ର ୨ଟି ଓ୍ୱିକେଟ୍ ନେଇଥିବା ଫର୍ଗ୍ୟୁସନ ଚଳିତ ସିଜିନରେ ନିଜର ପ୍ରଥମ ବଲରେ କେନ୍ ଓ୍ୱିଲିୟମସନଙ୍କୁ ଆଉଟ କରିଥିଲେ । ଏହାପରେ ଅନ୍ୟ ବ୍ୟାଟସମ୍ୟାନଙ୍କୁ ମଧ୍ୟ ଅଡୁଆରେ ପକାଇଥିଲେ । ବର୍ତମାନ ସୁଦ୍ଧା କେକେଆର ୧୦ପଏଣ୍ଟ ପାଇ ଚତୁର୍ଥ ସ୍ଥାନରେ ରହିଛି ।

ସେହିପରି ବେଙ୍ଗାଲୁରୁର ବ୍ୟାଟିଂ ଲାଇନ୍ ଏବେ ଶକ୍ତିଶାଳୀ ହୋଇଯାଇଛି । ଅଧିନାୟକ ବିରାଟ କୋହଲିଙ୍କ ସମେତ ଏବି ଡିଭଲର୍ସ, ଆରୋନ ଫିଞ୍ଚ ଭଲ ଫର୍ମରେ ଅଛନ୍ତି । ତେବେ ପଏଣ୍ଟ ଟେବୁଲରେ କେକେଆରଠାରୁ ଆରସିବି ୨ଟି ପଏଣ୍ଟ ଆଗରେ ରହିଛି ।