ଆଇପିଏଲ ମ୍ୟାଚ: ଆଜି ରାଜସ୍ଥାନ ରୟାଲ୍ସ vs ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର

ଆବୁଦାବି : ଚଳିତ ଆଇପିଏଲର ୩୩ତମ ମ୍ୟାଚରେ ଆଜି ମୁହାଁମୁହିଁ ହେଲେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ଏଥିରେ ରାଜସ୍ଥାନ ଦଳର ଅଧିନାୟକ ଷ୍ଟିଭ ସ୍ମିଥ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଚଳିତ ଆଇପିଏଲରେ ବାଙ୍ଗାଲୋର ଦଳ ଏପର୍ଯ୍ୟନ୍ତ ୮ଟି ମ୍ୟାଚ ଖେଳି ୫ଟିରେ ବିଜୟ ହାସଲ କରିଥିବାବେଳେ ୩ଟିରେ ପରାଜୟ ବରଣ କରିଛି । ଫଳରେ ଦଳ ୧୦ ପଏଣ୍ଟ ପାଇ ପଏଣ୍ଟ ଟେବୁଲର ୩ୟ ସ୍ଥାନରେ ରହିଛି । ତେବେ ରାଜସ୍ଥାନ ଦଳ ୮ ଟି ମ୍ୟାଚ ଖେଳି ୩ ବିଜୟ ଓ ୫ ପରାଜୟ ସହ ୬ ପଏଣ୍ଟ ପାଇଛି ଓ ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି ।

ଚଳିତ ମ୍ୟାଚ ପାଇଁ ରାଜସ୍ଥାନ ଦଳରେ କୌଣସି ପରିବର୍ତ୍ତନ କରାଯାଇନାହିଁ । ତେବେ ବାଙ୍ଗାଲୋର ଦଳରେ ଦୁଇଟି ପରିବର୍ତ୍ତନ କରାଯାଇଛି । ଶିବମ ଦୁବେଙ୍କ ସ୍ଥାନରେ ଶାବବାଜ ଅହମ୍ମଦ ଖେଳୁଥିବାବେଳେ ମହମ୍ମଦ ସିରାଜଙ୍କ ସ୍ଥାନରେ ଗୁରକିରାତ ସିଂ ମାନ୍‌ ଖେଳୁଛନ୍ତି ।