ଚନ୍ଦ୍ର ମିଶନ ପାଇଁ ଜେଫ ବେଜୋସ କିଣିବେ ରକେଟ

ୱାଶିଂଟନ: ମହାକାଶ ଭ୍ରମଣ କରି ଫେରିଥିବା ବିଶ୍ୱର ପ୍ରଥମ ବ୍ୟକ୍ତି ତଥା ଆମାଜନର ସିଇଓ ଏବେ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ଆମେରିକାର ସ୍ପେସ ଏଜେନ୍ସି ନାସାକୁ ଏକ ଅଫର୍‌ ଦେଇଛନ୍ତି । ୨ ବିଲିୟନ ଡଲାର ବିନିମୟରେ ତାଙ୍କ କମ୍ପାନୀ ବ୍ଲ୍ୟୁ ଅରିଜିନ୍‌କୁ ଏକ ସ୍ପେସ କ୍ରାଫ୍ଟ ବା ମହାକାଶ ଯାନ ନିର୍ମାଣ କରିବାକୁ ସେ ଏହି ଅଫର ଦେଇଛନ୍ତି । ଏହି ଯାନ ନାସା ଆଧୁନିକ କୌଶଳର ବ୍ୟବହାର କରି ପ୍ରସ୍ତୁତ କରିବ । ଯାହାକି ମହାକାଶଚାରୀଙ୍କୁ ଚନ୍ଦ୍ରରେ ପୁଣିଥରେ ପହଞ୍ଚାଇ ପାରିବ । ନାସା ଏପ୍ରିଲ ମାସରେ ଏହାର ପ୍ରତିଦ୍ୱନ୍ଦ୍ୱୀ ବିଲିୟନେୟାର ଏଲୋନ୍‌ ମସ୍କଙ୍କ ମାଲିକାନାରେ ଥିବା ସ୍ପେସ ଏକ୍ସକୁ ୨୦୨୪ ସୁଦ୍ଧା ଚନ୍ଦ୍ର ପୃଷ୍ଠକୁ ମହାକାଶଚାରୀଙ୍କୁ ପଠାଇବା ପାଇଁ ଏକ ମହାକାଶ ଯାନ ନିର୍ମାଣ ନିମନ୍ତେ ଚୁକ୍ତି ପ୍ରଦାନ କରିଥିଲା । ଏହି ମହାକାଶଯାନ ନିର୍ମାଣ ପାଇଁ ୨.୯ ବିଲିୟନ ଡଲାରରେ ସ୍ପେସ ଏକ୍ସକୁ ବିଡ ଦିଆଯାଇଥିଲା । ଏଥିପାଇଁ ଆବେଦନ କରିଥିବା ବ୍ଲ୍ୟୁ ଅରିଜିନ୍‌ ଏବଂ ଡିଫେନ୍ସ କଣ୍ଟ୍ରାକ୍ଟର ଡାଇନେଟିକ୍ସର ବିଡ୍‌ ପ୍ରତ୍ୟାଖ୍ୟାନ କରାଯାଇଥିଲା । ଏହି ବିଡରେ ବ୍ଲ୍ୟୁ ଅରିଜିନ୍‌, ଲକ୍‌ହିଡ୍‌ ମାର୍ଟିନ୍‌, ନର୍ଥ୍‌ରୋପ୍‌ ଗ୍ରୁମ୍ୟାନ୍‌ ଏବଂ ଡ୍ରାପର ସହ ପାର୍ଟନର ହୋଇଥିଲା ।