କପିଲ ଦେବଙ୍କୁ ହୃଦଘାତ

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହୋଇଛନ୍ତି । ତାଙ୍କୁ ଦିଲ୍ଲୀ ହସପିଟାଲରେ ଭର୍ତି କରାଯାଇଛି। ଏହାସହ ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସ୍ଥିର ରହିଥିବା ଜଣ ପଡିଛି । ତେବେ କପିଲଙ୍କ ହୃଦଘାତ ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡ଼ିଆରେ ତାଙ୍କ ପ୍ରଶଂସକମାନେ ଖୁବଶୀଘ୍ର ଆରୋଗ୍ୟ ହେବା କାମନା କରିଛନ୍ତି।

କପିଲ ଦେବଙ୍କ ଅଧିନାୟକତ୍ବରେ ଭାରତ ୧୯୮୩ରେ ପ୍ରଥମ ଥର ପାଇଁ ବିଶ୍ବକପ ଜିତିଥିଲା। କପିଲ ତାଙ୍କ ଅନ୍ତଜାର୍ତୀୟ କ୍ୟାରିଅରେ ୧୩୧ ଟେଷ୍ଟ ଓ ୨୨୫ ଓ୍ବାନଡେ ମ୍ୟାଚ ଖେଳିଛନ୍ତି। ତାଙ୍କ ନାଁରେ ୫୨୪୮ ରନ୍ ଓ ୪୩୮ ଓ୍ବିକେଟର ରେକର୍ଡ ରହିଛି। ୧୯୯୪ରେ ସେ ଓ୍ବେଷ୍ଟଇଣ୍ଡିଜ ବିରୋଧରେ ଶେଷ ମ୍ୟାଚ ଖେଳିଥିଲେ।