ମଦର ଡାଏରୀ କ୍ଷୀରର ଦାମ ୨ ଟଙ୍କା ବଢିଲା

ନୂଆଦିଲ୍ଲୀ: ଡେରୀ ବ୍ରାଣ୍ଡ ଅମୁଲ ପରେ ଏବେ ମଦର ଡାଏରୀ ବି କ୍ଷୀରର ଦାମ ବୃଦ୍ଧି କରିଛି । ଦିଲ୍ଲୀରେ କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି ହୋଇଛି । ଏହି ବର୍ଦ୍ଧିତ ଦାମ ଆଜିଠୁ ଲାଗୁ ହେବ । ପୂର୍ବରୁ ଦେଶର ଅମୁଲ କ୍ଷୀର ଲିଟର ପ୍ରତି ୨ ଟଙ୍କା ବୃଦ୍ଧି କରିଥିଲା । ମଦର ଡାଏରୀ ପକ୍ଷରୁ କୁହାଯାଇଛି କି ଏହି ବର୍ଦ୍ଧିତ ଦର କ୍ଷୀରର ସବୁ ଭାରିଆଣ୍ଟ ଉପରେ ଲାଗୁ କରାଯାଇଛି । କମ୍ପାନି ତରଫରୁ କୁହାଯାଇଛି କି କମ୍ପାନି ଏବେ କ୍ଷତିରେ ଚାଲିଛି । ଏହାସହ ଦୁଗ୍ଧ ଉତ୍ପାଦନ ପାଇଁ ଆବଶ୍ୟକ ସାମଗ୍ରୀର ଦାମ ବଢିଛି । ଏହାସହ ଦୁଗ୍ଧ ଚାଷୀମାନେ ୪ ସପ୍ତାହ ମଧ୍ୟରେ ଦାମ ୪ ପ୍ରତିଶତ ବୃଦ୍ଧି କରିଛନ୍ତି ।