ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଏବଂ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ

ମୁମ୍ୱାଇ: ବଲିଉଡ ଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ଏବଂ ସ୍ତ୍ରୀଙ୍କ ବିରୋଧରେ ଅଭିଯୋଗ । ପୁଅ ମହାକ୍ଷୟ ଓରଫ ମିମୋହ ଏବଂ ତାଙ୍କ ସ୍ତ୍ରୀ ଯୋଗୀତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛି ମୁମ୍ୱାଇ ପୁଲିସ। ଜଣେ ଯୁବତୀଙ୍କୁ ଦୁଷ୍କର୍ମ ସହିତ ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛ। ମିଥୁନ ଚକ୍ରବର୍ତ୍ତୀଙ୍କ ଘର ନିକଟସ୍ଥ ଓସିୱାରା ପୁଲିସ ଷ୍ଟେସନରେ ଏହି ମାମଲା ରୁଜୁ କରାଯାଇଛି ।

ସୂଚନା ଅନୁସାରେ ପୀଡ଼ିତା ମହିଳା ଅଭିଯୋଗରେ କଇଛନ୍ତି ଯେ ସେ ୨୦୧୫ ମସିହାରୁ ମହାକ୍ଷୟଙ୍କ ସହ ସମ୍ପର୍କ ରଖିଥିଲେ। ମହାକ୍ଷୟ ତାଙ୍କୁ ବିବାହ କରିବେ ବୋଲି ମଧ୍ୟ ସୁନିଶ୍ଚିତ କରାଇଥିଲେ। ପୁଲିସକୁ ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି ପୀଡିତା। ୨୦୧୫ରେ ମହାକ୍ଷୟ ତାଙ୍କୁ ଘରକୁ ଡାକି ମୃଦୁ ପାନୀୟରେ ଡ୍ରଗ୍ସ ଦେଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ମହାକ୍ଷୟ ପୀଡିତାଙ୍କ ବିନା ସହମତିରେ ଶାରୀରିକ ସମ୍ପର୍କ ରଖିଥିଲେ ବୋଲି ଜଣାପଡ଼ିଛି।

ମିଥୁନଙ୍କ ପୁଅ ତାଙ୍କ ସହ ଚାରି ବର୍ଷ ଶାରୀରିକ ସମ୍ପର୍କ ରଖିଥିଲେ। ପୀଡ଼ିତା ଗର୍ଭବତୀ ହେବାପରେ , ମହାକ୍ଷୟ ତାଙ୍କୁ ଗର୍ଭପାତ କରାଇବାକୁ ଚାପ ମଧ୍ୟ ପକାଇଥିଲେ। ହେଲେ ପୀଡ଼ାତ ରାଜି ହୋଇନଥିଲେ। ଏହାପରେ ଅନ୍ୟ ଔଷଧ ନାଁରେ ଗର୍ଭପାତ ଟାବଲେଟ ଦେଇ ତାଙ୍କର ଗର୍ଭପାତ କରାଇଥିଲେ ବୋଲି ପୀଡ଼ିତା କହିଛନ୍ତି।

ଏହି ଗର୍ଭପାତ କରାଇବା ପଛରେ ମହାକ୍ଷୟ ମାଆ ଯୋଗିତାଙ୍କ ନାମ ରହିଛି ବୋଲି ପୀଡ଼ାତା କହିଛନ୍ତି। ପୀଡ଼ିତା ଏହି ମାମଲାରେ ଏଫଆଇଆର ଦେବାକୁ ଚେଷ୍ଟା କରିଥିଲେ। ହେଲେ ପୁଲିସ ମାମଲା ଗ୍ରହଣ କରିନଥିଲା। ଏହାପରେ ପୀଡ଼ିତା ମୁମ୍ବାଇ ଛାଡି ଦିଲ୍ଲୀ ଯାଇଥିଲେ। କିଛି ପ୍ରମାଣକୁ ଆଧାର କରି ପୀଡ଼ିତା ଦିଲ୍ଲୀର ରୋହିଣୀ କୋର୍ଟରେ ଆବେଦନ କରିଥିଲେ। ଏହାପରେ କୋର୍ଟ ଏଫଆଇଆରକୁ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏବେ ମୁମ୍ବାଇର ଓସିୱାରା ପୁଲିସ ଷ୍ଟେସନରେ ଏହି ମାମଲା ରୁଜୁ ହୋଇଛି।