ଟାଙ୍ଗିରୁ ପୁଣି ଏକ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ଟାଙ୍ଗି ଅବକାରୀ ବିଭାଗ ପକ୍ଷରୁ ଅତର୍କିତ ଚଢ଼ାଉ । ଚଢାଉରେ ଜଣେ ଧଳା ଜହର ବ୍ୟବସାୟୀଙ୍କୁ ଗିରଫ କରାଯାଇଛି। ଏହି ବ୍ୟବସାୟୀଙ୍କ ଠାରୁ ଏକ ଲକ୍ଷ ଟଙ୍କାର ଧଳା ଜହର ଜବତ କରିଛି ଅବକାରୀ ବିଭାଗ । ଗିରଫ ଅଭିଯୁକ୍ତ ଜଣକ ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ଛଣଗିରି ଗ୍ରାମର ଅରୁଣ ବେହେରା ବୋଲି ଜଣାପଡିଛି । ଟାଙ୍ଗି ଅବକାରୀ ବିଭାଗର ଅଧିକାରୀ ଆଲୋକ ପ୍ରଧାନଙ୍କ କହିବା ଅନୁସାରେ ଗିରଫ ଅଭିଯୁକ୍ତ ଦୀର୍ଘ ଦିନ ଧରି ଛୁପାରୁସ୍ତମରେ ଧଳା ଜହର ବ୍ୟବସାୟ କରି ଆସୁଥିଲେ । ଆଜି ଫେରାର ହେଉଥିବା ବେଳେ ଧରାପଡି ଯାଇଥିଲା ଅଭିଯୁକ୍ତ ଅରୁଣ ବେହେରା । ଗିରଫ ପରେ ଅଭିଯୁକ୍ତ ଜଣଙ୍କ କେଉଁଠାରୁ ଏହି ଧଳା ଜହର ଆଣୁଥିଲା । ଏଥିରେ ଆଉ କିଏ-କିଏ ସମ୍ପୃକ୍ତ ଅଛନ୍ତି ତାହାର ଖୋଳତାଡ କରୁଛନ୍ତି ଅବକାରୀ ବିଭାଗ ।