ଡକାୟତି ଯୋଜନା ବେଳେ ଧରିଲା ପୋଲିସ; ୫ ଗିରଫ ସହ ଅନେକ ମାରଣାସ୍ତ୍ର ଜବତ

ବ୍ରହ୍ମପୁର: ଫେଲ୍‌ ମାରିଲା ଡକାୟତି ଯୋଜନା । ମାଡିବସିଲା ବ୍ରହ୍ମପୁର ସଦର ଥାନା ପୋଲିସ । ଘଟଣାରେ ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ଅନେକ ମାରଣସ୍ତ୍ର ଜବତ ହୋଇଛି । ଗଞ୍ଜାମ ଜିଲ୍ଲା ଗୁରୁଣ୍ଡି ରାସ୍ତା ପାଣି ମହାପ୍ରଭୁ ମନ୍ଦିର ନିକଟରୁ ଚୋରଙ୍କୁ ଧରିଲା ପୋଲିସ । ଖବର ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଲୋଚାପଡା – ଗୁରୁଣ୍ଡି ରାସ୍ତା ପାଣି ମହାପ୍ରଭୁ ମନ୍ଦିର ନିକଟରେ କିଛି ବ୍ୟକ୍ତି ଡକାୟତ ପାଇଁ ଯୋଜନା କରୁଥିଲେ । ଏହାର ସୁରାକ୍‌ ପାଇ ବ୍ରହ୍ମପୁର ସଦର ଥାନା ପୋଲିସ ଚଢାଉ କରିଥିଲା । ଏହି ଚଢାଉରେ ୫ଜଣଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ୨ଟି ଖଣ୍ଡା, ୨ଟି ଲୁହାରୋଡ, ୪ଟି ବୋମା ଜବତ ହୋଇଛି। ଏନେଇ ବ୍ରହ୍ମପୁର ସଦର ଥାନା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।