ରାଜ କୁନ୍ଦ୍ରା ଗିରଫ

ମୁମ୍ବାଇ: ପର୍ଣ୍ଣ ବା ଅଶ୍ଳୀଳ ସିନେମା ତିଆରି କରିବା ଅଭିଯୋଗରେ ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ତଥା ବିଶିଷ୍ଟ ଶିଳ୍ପପତି ରାଜ କୁନ୍ଦ୍ରା ଗିରଫ। କ୍ରାଇମବ୍ରାଞ୍ଚ ରାଜଙ୍କୁ ଗିରଫ କରିଥିବା ନେଇ ମୁମ୍ବାଇ ପୁଲିସ କମିଶନରଙ୍କ ସୂଚନା। ପର୍ଣ୍ଣୋଗ୍ରାଫି ଫିଲ୍ମ ନିର୍ମାଣ କରି କିଛି ଆପ୍ ଜରିଆରେ ପବ୍ଲିସ୍ କରିଥିବା ନେଇ ତାଙ୍କୁ ଗିରଫ କରାଯାଇଛି।
୨୦୨୧ରେ ମୁମ୍ବାଇ କ୍ରାଇମ୍ବ୍ରାଞ୍ଚ୍ ଅଶ୍ଳୀଳ ସିନେମା ତିଆ କରୁଥିବା ଏବଂ ଏହାର ଆପ୍ ତିଆରି କରୁଥିବା ଲୋକଙ୍କ ବିଷୟରେ ତଦନ୍ତ କରୁଥିଲା । ଏନେଇ ଏକ ମାମଲା ରୁଜୁ ହୋଇଥିଲା । ରାଜ କୁନ୍ଦ୍ରା ଏହାର ମୁଖ୍ୟ ଅଭିଯୁକ୍ତ ବୋଲି ଜଣାପଡିଛି।