ଡ୍ରୋନ ଆକ୍ରମଣର ବଦଲା: ୟେମେନରେ ସାଉଦି ଆରବର ଏୟାରଷ୍ଟ୍ରାଇକରେ ୧୫ ମୃତ

ସନା: ଆବୁଧାବିରେ ଏୟାରପୋର୍ଟ ନିକଟରେ ଡ୍ରୋନ ଆକ୍ରମଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା । ଏହାର ଜବାବରେ ସାଉଦି ଆରବ ମଧ୍ୟ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ବିଦ୍ରୋହୀଙ୍କ ଆଡା ଧ୍ୱସ୍ତ କରିବା ପାଇଁ ସାଉଦି ଆରବ ଏଫ-୧୫ ଏବଂ ଏଫ୍‌-୧୬ ବୋମାବର୍ଷୀ ବିମାନ ବ୍ୟବହାର କରି ୟେମେନରେ ଏହି ଆକ୍ରମଣ କରାଯାଇଛି । ଏହି ଏୟାରଷ୍ଟ୍ରାଇକରେ ଜଣେ କମାଣ୍ଡରଙ୍କ ସହ ୧୫ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, କିଛିଦିନ ତଳେ ବିଦ୍ରୋହମାନେ ଆବୁଧାବି ବିମାନ ବନ୍ଦର ଏବଂ ଅଏଲ ରିଫାଇନାରିକୁ ଟାର୍ଗେଟ୍‌ କରି ଏହି ଡ୍ରୋନ ଆକ୍ରମଣ କରିଥିଲେ ।