ଅଷ୍ଟ୍ରେଲିଆ ବିପକ୍ଷରେ ସ୍ମୃତିଙ୍କ ଦମଦାର ଶତକ

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟରେ ସ୍ମୃତିଙ୍କ ଶତକ । ଭାରତୀୟ ମହିଳା କ୍ରିକେଟ ଦଳର ଖେଳାଳୀ ସ୍ମୃତି ମାନ୍ଧନା ଅଷ୍ଟ୍ରେଲିଆ ବିପକ୍ଷ ଦିବାରାତ୍ର ଟେଷ୍ଟରେ ଶତକ ହାସଲ କରିଛନ୍ତି । ସ୍ମୃତି ନିଜ କ୍ୟାରିୟରର ପ୍ରଥମ ଟେଷ୍ଟ ଶତକ ହାସଲ କରିଥିବା ବେଳେ ଏକ ନୂଆ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି । ୧୭୦ ବଲର ସାମ୍ନା କରି ସ୍ମୃତି ଏହି ଶତକ ହାସଲ କରିଛନ୍ତି । ଯେଉଁଥିରେ ୧୮ଟି ଚୌକା ଓ ଗୋଟିଏ ଛକା ରହିଛି । ଏହି ଶତକ ସହ ସ୍ମୃତି ଟେଷ୍ଟ କ୍ରିକେଟରେ ୯ମ ଶତକ ହାସଲକାରୀ ଭାରତୀୟ ମହିଳା କ୍ରିକେଟର ହୋଇଛନ୍ତି । ସେହିଭଳି ଭାରତ ପକ୍ଷରୁ ସନ୍ଧ୍ୟା ଅଗ୍ରୱାଲ ସର୍ବାଧିକ ୪ଟି ଶତକ ହାସଲ କରିଥିବା ବେଳେ ହେମଲତା କାଲା ୨ଟି ଶତକ ହାସଲ କରିଛନ୍ତି । ସେହିଭଳି ଅଧିନାୟିକା ମିତାଲି ରାଜ ଭାରତୀୟ ମହିଳା କ୍ରିକେଟରଙ୍କ ମଧ୍ୟରେ ବ୍ୟକ୍ତିଗତ ସର୍ବାଧିକ ୨୧୪ ରନ୍ କରିଛନ୍ତି । ଇଂଲଣ୍ଡ ବିପକ୍ଷରେ ୨୦୦୨ ମସିହାରେ ଏହି ଇନିଂସ ମିତାଲିଙ୍କ ବ୍ୟାଟରୁ ବାହାରିଥିଲା । ତେବେ ମିତାଲିଙ୍କ ଏହି ରେକର୍ଡ ଭାଙ୍ଗିବାରେ ସଫଳ ହୋଇନାହାନ୍ତି ସ୍ମୃତି । କାରଣ ୧୨୭ ରନ କରିବା ସହ ଆଉଟ ହୋଇ ପ୍ୟାଭିଲିୟନ ଫେରିଛନ୍ତି ସ୍ମୃତି ମାନ୍ଧନା