କଂଗ୍ରେସ ଛାଡ଼ି ଟିଏମସିକୁ ଆସିଥିବା ସୁସ୍ମିତା ଦେବ ଆଜି ନିର୍ନ୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ି ଟିଏମସିକୁ ଆସିଥିବା ସୁସ୍ମିତା ଦେବ ଆଜି ନିର୍ନ୍ଦ୍ୱନ୍ଦ୍ୱରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ସେ କଂଗ୍ରେସ ଛାଡ଼ିବା ପରେ ତାଙ୍କୁ ଟିଏମସି ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ କରିଥିଲା। ସୁସ୍ମିତାଙ୍କୁ ଟିଏମସି ମନୋନୀତ କରିଥିବାରୁ ତାଙ୍କ ବିରୋଧରେ ଅନ୍ୟ କୌଣସି ରାଜନୀତିକ ଦଳ ପ୍ରାର୍ଥୀ ଦେଇ ନଥିଲେ। ଫଳରେ ତାଙ୍କୁ ଆଜି ବିଜେତା ଘୋଷଣା କରାଯାଇଛି।