ପୁଣି ଏଲପିଜି ସିଲିଣ୍ଡର ଦର ୨୫ ଟଙ୍କା ବୃଦ୍ଧି

ଦିଲ୍ଲୀ(ଏସ୍ ନ୍ୟୁଜ): ଆଜି ପୁଣି ଥରେ ଦିଲ୍ଲୀରେ ଘରୋଇ ବ୍ୟବହାର ଲାଗି ଉଦ୍ଦିଷ୍ଟ ତରଳ ପେଟ୍ରୋଲିୟମ ଗ୍ୟାସ (ଏଲପିଜି) ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଛି ୨୫ ଟଙ୍କା ବୃଦ୍ଧି ଘଟିଛି। ଆଜିଠାରୁ ଏହି ନୂତନ ବର୍ଦ୍ଧିତ ଦର ଜାତୀୟ ରାଜଧାନୀରେ ଲାଗୁ ହୋଇଯିବା ପରେ ଏବେ ୧୪.୨ କେଜି ଘରୋଇ ରନ୍ଧନ ଗ୍ୟାସ ସିଲିଣ୍ଡରର ମୂଲ୍ୟ ୭୯୪ ଟଙ୍କା ହୋଇଯାଇଛି। ଏହା ପୂର୍ବରୁ ଦିଲ୍ଲୀରେ ୧୪.୨ କେଜି ଗ୍ୟାସ୍‌ ସିଲିଣ୍ଡରର ମୂଲ୍ୟ ୭୬୯ ଟଙ୍କା ଥିଲା। ଚଳିତ ଫେବୁଆରି ମାସରେ ଜାତୀୟ ରାଜଧାନୀରେ ଏଲପିଜି ସିଲିଣ୍ଡର ମୂଲ୍ୟରେ କ୍ରମାଗତ ଭାବେ ବୃଦ୍ଧି ଘଟିଛି। ଏହାକୁ ମିଶାଇଲେ ତୃତୀୟ ଥର ପାଇଁ ଏଲପିଜିର ମୂଲ୍ୟ ବୃଦ୍ଧି ହୋଇଛି । ଏଲପିଜି ଦର ଫେବୁଆରି ୪ରେ ୨୫ଟଙ୍କା ଏବଂ ଫେବ୍ରୁଆରି ୧୪ରେ ୫୦ ଟଙ୍କା ବୃଦ୍ଧି କରାଯାଇଥିଲା।