ରାଜ୍ୟରେ ଅଗଷ୍ଟ ୧ ଯାଏଁ ଆଂଶିକ ଲକଡାଉନ ବଲବତ୍ତର

ଭୁବନେଶ୍ୱର,(ଏସ୍‌ ନ୍ୟୁଜ): ରାଜ୍ୟରେ ଆଂଶିକ ଲକଡାଉନ୍ ପୁଣି ବଢ଼ିଛି। ଅଗଷ୍ଟ ୧ ତାରିଖରେ ଯାଏ ରାଜ୍ୟରେ ଆଂଶିକ ଲକଡାଉନ୍ ଜାରି ରହିବ। ତେବେ ଏହି ସମୟରେ ସାରା ରାଜ୍ୟରେ ବସ୍ ଚାଲିବ। ହେଲେ ସ୍କୁଲ, କଲେଜ, କୋଚିଂ ସେଣ୍ଟର ଓ ଯାତ୍ରା ଆଦି ପୂର୍ବଭଳି ବନ୍ଦ ରହିବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ସୂଚନା ଦେଇଛନ୍ତି ।

ତେବେ ପୂର୍ବଭଳି ଜିଲ୍ଲା ଗୁଡ଼ିକୁ ଦୁଇଟି କ୍ୟାଟେଗୋରୀରେ ରଖାଯାଇଛି କ୍ୟାଟେଗୋରୀ-ଏ’ରେ ୨୦ଟି ଓ କ୍ୟାଟେଗୋରୀ-ବି’ରେ ୧୦ଟି ଜିଲ୍ଲା ରହିଛନ୍ତି। କ୍ୟାଟେଗୋରୀ-ଏ’ରେ ଥିବା ଜିଲ୍ଲା ଗୁଡ଼ିକରେ ସପ୍ତାହରେ ସାତଦିନ ଯାଏ ଦୋକାନ ଖୋଲିବ। ସେହିପରି କ୍ୟାଟେଗୋରୀ-ବି’ରେ ସପ୍ତାହକୁ ୫ ଦିନ ଦୋକାନ ଖୋଲିବ। ପୂର୍ବଭଳି କ୍ୟାଟେଗୋରୀ-ବି’ ଜିଲ୍ଲାରେ ଶନିବାର ଓ ରବିବାର ଶଟଡାଉନ୍ ବଳବତ୍ତର ରହିବ।
ତେବେ କାଟେଗୋରୀ ‘ଏ’ରେ ରାତି ୮ଟା ଯାଏଁ ଖୋଲିବ ଦୋକାନ ବଜାର ଖୋଲିବ। କାଟେଗୋରୀ ‘ଏ’ରେ ସପ୍ତାହକ ୭ ଦିନ ଖୋଲିବ ଦୋକାନ ବଜାର ଖୋଲିବାକୁ ଅନୁମତି ମିଳିଥିବା ବେଳେ କାଟେଗୋରୀ ‘ବି’ରେ ସଂଧ୍ୟା ୫ଟା ଯାଏ ଖୋଲିବ ବୋଲି କୁହାଯାଇଛି। କାଟେଗୋରୀ ‘ବି’ରେ ନାଇଟ କର୍ଫ୍ୟୁ ବଳବତ୍ତର ରହିବ। କାଟେଗୋରୀ ‘ବି’ରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ।
କ’ଣ ଖୋଲିବ ଓ କ’ଣ ବନ୍ଦ ରହିବ ଜାଣନ୍ତୁ-

କାଟେଗୋରୀ ‘ଏ’ରେ ଏଣିକି ରାତି ୮ଟା ଯାଏଁ ଦୋକାନ ଖୋଲିବ । କାଟେଗୋରୀ ‘ଏ’ରେ ସପ୍ତାହକ ୭ ଦିନ ଦୋକାନ ବଜାର ଖୋଲାରହିବ। ସେହିପରି କାଟେଗୋରୀ ‘ବି’ରେ ସନ୍ଧ୍ୟା ୫ଟା ଯାଏଁ ଦୋକାନ ବଜାର ଖୋଲା ରହିବ। କାଟେଗୋରୀ ‘ବି’ରେ ସପ୍ତାହରେ ୫ ଦିନ ଦୋକାନ ବଜାର ଖୋଲିବ। ତେବେ କାଟେଗୋରୀ ‘ବି’ରେ ନାଇଟ କର୍ଫୁ୍ୟ ବଳବତ୍ତର ରହିବ । କାଟେଗୋରୀ ‘ବି’ରେ ସପ୍ତାହାନ୍ତ ସଟଡାଉନ ଜାରି ରହିବ।

ତେବେ ଏଣିକି ସମଗ୍ର ରାଜ୍ୟରେ ବସ୍ ସେବା ଚାଲୁ ରହିବ। ବସରେ ଯେତିକି ସିଟ୍ ସେତିକି ଲୋକ ଯିବାକୁ ଅନୁମତି ମିଳିବ। କେବଳ ପୁରୀରେ ଜୁଲାଇ ୨୫ ପର୍ଯ୍ୟନ୍ତ ବସ୍ ଚଳାଚଳକୁ ବାରଣ କରାଯାଇଛି। ଟ୍ୟାକ୍ସି, ଅଟୋ ରିକ୍ସା ସମଗ୍ର ରାଜ୍ୟରେ ଚଳାଚଳ କରିପାରିବ। ଦୋକାନ ବଜାର ଯେତିକି ସମୟ ଖୋଲିବ, ସେତିକି ସମୟ ଟ୍ୟାକ୍ସି, ଅଟୋ ଚାଲିବ।

ସାରା ରାଜ୍ୟରେ ପାର୍ଲର, ସ୍ପା, ଜିମ୍, ସେଲୁନ କାଲିଠାରୁ ଖୋଲିବ ବିନା ଦର୍ଶକରେ ଆଉଟଡୋର୍ ସ୍ପୋର୍ଟସକୁ ସରକାରଙ୍କ ଅନୁମତି ମିଳିଛି। ସାରା ରାଜ୍ୟରେ ଇନଡୋର ଓ ଆଉଟଡୋର ଫିଲ୍ମ ଶୁଟିଂକୁ ଅନୁମତି ମିଳିଥିବା ବେଳେ ପାର୍କ, ମଲ୍, ସିନେମା ହଲ୍, ମେଳା, ପ୍ରଦର୍ଶନୀ, ଯାତ୍ରା ବନ୍ଦ ରହିବ।
ସେହିପରି ବାହାଘର, ଶୁଦ୍ଧିକ୍ରିୟା ପାଇଁ ଥିବା କଟକଣା ପୂର୍ବପରି ଜାରି ରହିବ। ସ୍କୁଲ, କଲେଜ, କୋଚିଂ ସେଣ୍ଟର ପୂର୍ବପରି ବନ୍ଦ ରହିବ। ବାର୍ ବନ୍ଦ ରହିବ, ରେଷ୍ଟୁରାଣ୍ଟ ଖାଦ୍ୟ ପାର୍ସଲ ଦେଇପାରିବେ କାଟେଗୋରୀ ‘ବି’ ଜିଲ୍ଲାରେ ସାପ୍ତାହିକ ଓ ଦୈନିକ ହାଟ ବନ୍ଦ ରହିବ।