ଆଜି ଭାରତ-ଇଂଲଣ୍ଡ ଅଭ୍ୟାସ ମ୍ୟାଚ୍

ଟି-୨୦ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ଆଜି ଅଭ୍ୟାସ ମ୍ୟାଚ୍ ସହ ଅଭିଯାନ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ବୁଧବାର ଦ୍ୱିତୀୟ ଅଭ୍ୟାସ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ସହ ମୁହାଁମୁହିଁ ହେବ ଭାରତ । ଇଂଲଣ୍ଡ ବିପକ୍ଷ ମ୍ୟାଚ୍ ରାତି ସାଢେ ୭ଟାରେ ଆରମ୍ଭ ହେବାକୁ ଥିବା ବେଳେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ ଅପରାହ୍ଣ ୩ଟା ୩୦ରେ ଆରମ୍ଭ ହେବ । ଆସନ୍ତା ୨୪ରୁ ପାରମ୍ପରିକ ପ୍ରତିଦ୍ୱନ୍ଦୀ ପାକିସ୍ତାନ ବିପକ୍ଷରେ ପ୍ରଥମ ମ୍ୟାଚ୍ ଖେଳିବ ଟିମ୍ ଇଣ୍ଡିଆ । ଭାରତୀୟ ଶିବିରରେ ମାର୍ଗଦର୍ଶକ ଭାବେ ଯୋଗଦେଇଛନ୍ତି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ଟି-୨୦ ବିଶ୍ୱକପ୍ର ଆରମ୍ଭରୁ ବଡ଼ ବିପର୍ଯ୍ୟୟ ଘଟାଇଛି ସ୍କଟଲାଣ୍ଡ । ବାଂଲାଦେଶକୁ ୬ ରନ୍ରେ ପରାସ୍ତ କରିଛି । ସ୍କଟଲାଣ୍ଡ ପ୍ରଥମେ ବ୍ୟାଟିଂ କରି ୯ ୱିକେଟ୍ ହରାଇ ୧୪୦ ରନ୍ କରିଥିଲା । ଜବାବରେ ବାଂଲାଦେଶ ୭ ୱିକେଟ୍ ହରାଇ ୧୩୪ ରନ୍ କରିବାରେ ହିଁ ସକ୍ଷମ ହୋଇଥିଲା । ଅଲରାଉଣ୍ଡର ପ୍ରଦର୍ଶନ କରି ସ୍କଟଲାଣ୍ଡ ବିଜୟର ହିରୋ ସାଜିଥିବା କ୍ରିସ୍ ଗ୍ରେଭସ୍ ପ୍ଲେୟାର ଅଫ୍ ଦି ମ୍ୟାଚ୍ ହୋଇଥିଲେ । ସେ ୪୫ ରନ୍ କରିଥିବା ବେଳେ ୨ଟି ଗୁରୁତ୍ୱପୂର୍ଣ୍ଣ ୱିକେଟ୍ ନେଇଥିଲେ ।