ଗ୍ୟାସ୍ ସମସ୍ୟା ଦୂର ପାଇଁ ସକାଳୁ ପିଅନ୍ତୁ ଜୁଆଣି ପାଣି

ଜୁଆଣି ପାଣି ପିଇବା ଦ୍ୱାରା ଗ୍ୟାସ୍, ବଦହଜମି, ପେଟ ଯନ୍ତ୍ରଣା ଏବଂ କୋଷ୍ଠକାଠିନ୍ୟ ଦୂର ହୋଇପାରିବ। ଜୁଆଣି ଆୟୁର୍ବେଦିକ ଗୁଣରେ ପରିପୂର୍ଣ୍ଣ ବୋଲି କୁହାଯାଏ। ଜୁଆଣି ପାଇଁ ସେବନ ଦ୍ୱାରା ଓଜନ ମଧ୍ୟ ନିୟନ୍ତ୍ରଣ କରାଯାଇପାରିବ। ଜୁଆଣିରେ ପ୍ରୋଟିନ୍, ଫ୍ୟାଟ, ମିନେରାଲ୍ସ, ଫାଇବର ଏବଂ କାର୍ବୋହାଇଡ୍ରେଟ୍ ଅଛି। ଏହା ବ୍ୟତୀତ କ୍ୟାଲସିୟମ୍, ଥିଏମାଇନ୍, ରାଇବୋଫ୍ଲାଭିନ, ଫସଫରସ୍, ଆଇରନ୍ ଏବଂ ନିୟାସିନ୍ ମଧ୍ୟ ରହିଛି। ଜୁଆଣି ଖାଇବା ଦ୍ୱାରା ଶରୀରକୁ ଅନେକ ସ୍ୱାସ୍ଥ୍ୟ ସମସ୍ୟାରୁ ରକ୍ଷା କରାଯାଇପାରେ। ଜୁଆଣି ଖାଇବା ପେଟ ପାଇଁ ବହୁତ ଭଲ।

ଜୁଆଣି ପାଣିର ଅନେକ ଉପକାରିତା ଅଛି ସେଥି-ମଧ୍ୟରୁ ଆସନ୍ତୁ ଜାଣିବା ପେଟ ଗ୍ୟାସ ସମସ୍ୟା ବିଷୟରେ…

ଗ୍ୟାସ ସମସ୍ୟାରୁ ମୁକ୍ତି – ଖରାପ ଜୀବନଶୈଳୀ ଏବଂ ଅସ୍ୱାସ୍ଥ୍ୟକର ଖାଦ୍ୟ ଯୋଗୁଁ ଲୋକଙ୍କ ପେଟରେ ଗ୍ୟାସ ସମସ୍ୟା ଦେଖାଯାଏ। ଯଦି ଆପଣ ମଧ୍ୟ ଗ୍ୟାସ୍ ସମସ୍ୟାରେ ଅସୁବିଧାରେ ପଡ଼ନ୍ତି, ତେବେ ଜୁଆଣି ପାଣି ସେବନ କରିପାରିବେ। ଏହା ଗ୍ୟାସ ଏବଂ ପେଟ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ।

(ବି:ଦ୍ର: ଏହି ଆର୍ଟିକିଲରେ ଦିଆଯାଇଥିବା ସୂଚନା ସାଧାରଣ ସୂଚନା ଉପରେ ଆଧାରିତ। ଅବଲମ୍ବନ କରିବ ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ।)