ଖାଆନ୍ତୁ ପଣସ ଅଟାରୁ ପ୍ରସ୍ତୁତ ରୁଟି, ମଧୁମେହ ରୋଗୀଙ୍କୁ ମିଳିବ ବିଶେଷ ଫାଇଦା!

Jackfruit365

ଭାରତକୁ ଡାଇବେଟିସର ରାଜଧାନୀ ଆଖ୍ୟା ମିଳିଥିବା ବେଳେ ଏବେ ଏଠାରୁ ପ୍ରସ୍ତୁତ ଏକ ଖାଦ୍ୟ ଡାଇବେଟିସ୍ ରୋଗୀଙ୍କ ପାଇଁ ଫଳପ୍ରଦ ହୋଇଥିବା ପ୍ରମାଣିତ ହୋଇଛି। ଆମେରିକାରେ ହୋଇଥିବା ଏକ ଗବେଷଣାରୁ ଏହା ଜଣାପଡ଼ିଛି। ପଣସ ଆମ ଦେଶର ପ୍ରାୟ ସବୁ ସ୍ଥାନରେ ଉପଲବ୍ଧ ହୋଇଥାଏ। ଏହାକୁ କିଏ ପାଚିଲା ଖାଏ ତ କିଏ କଞ୍ଚା ଖାଇବାକୁ ଭଲ ପାଏ। କିନ୍ତୁ କେବେ ଆପଣ ପଣସରୁ ଅଟା ପ୍ରସ୍ତୁତ କରି ଖାଇବା କଥା ଭାବିଛନ୍ତି। କେବଳ ଏଥିରୁ ପ୍ରସ୍ତୁତ ଅଟାରୁ ରୁଟି ନୁହେଁ, ଏହାର ପାଉଡ଼ରରୁ ଇଡ଼ିଲି ଓ ଦୋସା ମଧ୍ୟ ପ୍ରସ୍ତୁତ କରି ଖାଇପାରିବେ।  ଆଉ ଏହା ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁବ୍‌ ଲାଭଦାୟକ ସାବ୍ୟସ୍ତ ହେଉଥିବା  ଆମେରିକାରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି।

ଭାରତରେ ଜେମସ୍‌ ଜୋସେଫ ନାମକ ବ୍ୟକ୍ତି ପଣସରୁ ଅଟା ପ୍ରସ୍ତୁତ କରି ଏହାକୁ ‘Jackfruit365’  ନାମକରଣ କରିଛନ୍ତି।  ଏହି ଅଟାରେ ଥିବା ମଧୁମେହ ନିୟନ୍ତ୍ରଣ ଗୁଣବତ୍ତାକୁ

ଭାରତୀୟ ପଣସର ଅଟା ଶରୀରରେ ବ୍ଲଡ୍ ସୁଗର୍ ମାତ୍ରାକୁ ନିୟନ୍ତ୍ରଣରେ ରଖିବାରେ ବହୁ ଉପାଦେୟ ବୋଲି ଆମେରିକାରେ ପ୍ରମାଣିତ ହୋଇସାରିଛି । କଞ୍ଚା ପଣସକୁ ଶୁଖାଇ ଏହାକୁ ଗୁଣ୍ଡ କରି ଅଟା ପ୍ରସ୍ତୁତ କରାଯାଏ । ଏହା ମିଠା ଲାଗେ ନି କି ପାଚିଲା ପଣସ ଭଳି ଏହାର ବାସ୍ନା ବି ହୁଏ ନାହିଁ ।

ଏଥିରୁ ଦୈନିକ ରୁଟି, ଇଡଲି ବା ଦୋସା ତିଆରି କରି ଖାଇବା ଡାଇବେଟିସ୍ ରୋଗୀଙ୍କ ପାଇଁ ଖୁବ୍ ଭଲ ବୋଲି ଗବେଷଣାରୁ ଜାଣିବାକୁ ମିଳିଛି। ଟାଇପ୍-ଟୁ ଡାଇବେଟିସ୍ ଥିବା ବ୍ୟକ୍ତିଙ୍କଠାରେ କ୍ଲିନିକାଲ୍ ଟ୍ରାଏଲ୍‌ରୁ ଏହା ପ୍ରମାଣିତ ହୋଇଥିବା ଆମେରିକାନ୍ ଡାଇବେଟିସ୍ ଅର୍ଗାନାଇଜେସନ୍ ପକ୍ଷରୁ ଏହାର ଜର୍ନାଲରେ ଉଲ୍ଲେଖ କରାଯାଇଛି।

ଏଥିନିମନ୍ତେ ହୋଇଥିବା ଗବେଷଣାରେ ଟାଇପ-୨ ଡାଇବେଟିସରେ ପୀଡ଼ିତ ୧୬ ମହିଳାଙ୍କ ସମେତ ୪୦ ଜଣ ସାମିଲ ହୋଇଥିଲେ।  ସେମାନଙ୍କ ମଧ୍ୟରୁ ୨୦ ଜଣଙ୍କୁ ୩୦ ଗ୍ରାମ୍ ସାଧାରଣ ଅଟାରୁ ପ୍ରସ୍ତୁତ ରୁଟି ଦିଆଯାଇଥିଲା। ଅବଶିଷ୍ଟ ୨୦ ଜଣଙ୍କୁ ସମାନ ପରିମାଣର ପଣସ ଅଟାରୁ ପ୍ରସ୍ତୁତ ରୁଟି ପ୍ରତିଦିନ ଖାଇବାକୁ ଦିଆଯାଇଥିଲା । ଅନ୍ୟ ଖାଦ୍ୟ ସହ ସେମାନେ ଏହାକୁ ୩ ମାସ ପର୍ଯ୍ୟନ୍ତ ଖାଇଥିଲେ।