ପେଟ ଜନିତ ସମସ୍ୟା ଥିଲେ ରସୁଣ ଖାଇବା ଲାଭଦାୟକ

Latest health tips Eating garlic is beneficial if you have stomach problems

ବର୍ତ୍ତମାନର ଜୀବନଶୈଳୀ ହେତୁ ପାଚନ ଜନିତ ସମସ୍ୟା ସୃଷ୍ଟି ହୋଇଥାଏ। ବହୁ ଲୋକଙ୍କର ପାଚନ ଜନିତ ସମସ୍ୟା ଲାଗି ରହିଥାଏ। ଏହି କାରଣରୁ ପେଟରେ ଯନ୍ତ୍ରଣା, ବଦହଜମି ଭଳି ବିଭିନ୍ନ ସମସ୍ୟା ହୋଇଥାଏ। ଏହି ସମସ୍ୟାର ସମାଧାନ ପାଇଁ ଆପଣ କେତେକ ଘରୋଇ ଉପାୟ ଆପଣେଇ ପାରିବେ। ଜାଣନ୍ତୁ ସେହି ଉପାୟ ଗୁଡ଼ିକ ବିଷୟରେ…….

ରସୁଣ –
ରସୁଣରେ ଆଣ୍ଟି-ଅକ୍ସିଡ଼ାଣ୍ଟ, ଆଣ୍ଟି-ବାଇଓଟିକ ଓ ଆଣ୍ଟି-ଇନଫ୍ଲେମେଟ୍ରି ଗୁଣ ରହିଛି। ଯାହା ପେଟର ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ। ତେଣୁ ପେଟ ଜନିତ ସମସ୍ୟା ଥିଲେ ଆପଣ ରସୁଣ ଖାଇବା ଲାଭଦାୟକ।
ଖାଦ୍ୟ ଭଲ ଭାବେ ହଜମ ହୋଇନଥିଲେ ଆପଣ ଅଦା ଖାଇବା ଖୁବ ଉତ୍ତମ। ଅଦାରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟକୁ ହଜମ କରିବାରେ ସହାୟକ ହେବା ସହ ବଦହଜମି ମଧ୍ୟ ଦୂର କରିଥାଏ।

କଳା ଜିରା –
କଳା ଜିରାରେ ଆଣ୍ଟି-ମାଇକ୍ରୋବିୟଲ ଭରପୁର ମାତ୍ରାରେ ରହିଛି। କଳା ଜିରାରର ସେବନ କରିବା ଫଳରେ ପେଟରେ ଥିବା ଦୂଷିତ ପଦାର୍ଥ ନିର୍ଗତ କରିବାରେ ସହାୟକ ହେବା ସହ ପେଟର ଯନ୍ତ୍ରଣାକୁ କମ କରିଥାଏ।

ପିପରମେଣ୍ଟ –
ଖାଦ୍ୟ ଭଲ ଭାବେ ହଜମ ହୋଇନଥିଲେ ଓ ପାଚନ ଜନିତ ସମସ୍ୟା ସର୍ବଦା ରହୁଥିଲେ, ପିପରମେଣ୍ଟ ଖୁବ ଲାଭଦାୟକ ଅଟେ। ଏଥିରେ ଥିବା ପୋଷକ ତତ୍ତ୍ୱ ଖାଦ୍ୟକୁ ହଜମ କରିବା ସହ ପେଟକୁ ସୁସ୍ଥ ରଖିଥାଏ। ପାଚନ ଜନିତ ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ।