ମହିଳାଙ୍କ ପାଇଁ କେତେ ଉପକାରୀ ଅଶ୍ୱଗନ୍ଧା : ପ୍ରଜନନ କ୍ଷମତା ବୃଦ୍ଧି ସହ ଜାଣନ୍ତୁ ଅନ୍ୟ କେଉଁ ରୋଗରୁ ଦେଇଥାଏ ମୁକ୍ତି

current health tips in shaksinews ଅଶ୍ୱଗନ୍ଧା ଏକ ବହୁତ ଉପକାରୀ ଆୟୁର୍ବେଦିକ ଔଷଧ….

ଅଶ୍ୱଗନ୍ଧା ଏକ ବହୁତ ଉପକାରୀ ଆୟୁର୍ବେଦିକ ଔଷଧ । ଶହ ଶହ ବର୍ଷ ଧରି ଏହାକୁ ଅନେକ ରୋଗରୁ ଉପସମ ପାଇଁ ବ୍ୟବହାର କରାଯାଉଛି । ଏହାକୁ ଇଣ୍ଡିଆନ ୱିଣ୍ଟର ଚେରୀ ବା ଇଣ୍ଡିଆନ ଜିନସେଙ୍ଗ ବୋଲି କୁହାଯାଇଥାଏ । ଅଶ୍ୱଗନ୍ଧା ସମସ୍ତଙ୍କ ପାଇଁ କାମରେ ଆସିଥାଏ । ହେଲେ ବିଶେଷ ଭାବେ ଏହା ମହିଳାଙ୍କର କିଛି ସ୍ୱତନ୍ତ୍ର ସମସ୍ୟା ଦୂର କରିବାରେ ଉପଯୋଗୀ ହୋଇଥାଏ ।
ଅଶ୍ୱଗନ୍ଧା ଏକ ଔଷଧୀୟ ବୃକ୍ଷ । ଏହା ମହିଳାଙ୍କ ମାସିକ ଧର୍ମରେ ଅନିୟମିତତା, ଅନିଦ୍ରା, ମେଦବହୁଳତା, ତ୍ୱଚା ଓ ଚୁଟି ସମ୍ବନ୍ଧୀୟ ସମସ୍ୟାର ସମାଧାନ କରିବାରେ ବିଶେଷ ଭାବେ ସହାୟକ ହୋଇଥାଏ ।

ଏକ ସ୍ୱାସ୍ଥ୍ୟ ପତ୍ରିକାର ରିପୋର୍ଟ ମୁତାବକ ଆଜିକାଲି ମହିଳାମାନେ ଚାପ, ଚିନ୍ତା, ହରମୋନ ଅସନ୍ତୁଳନ, ମାସିକ ଧର୍ମରେ ଅନିୟମିତତା ଭଳି ସମସ୍ୟାରୁ ମୁକ୍ତି ପାଇବାକୁ ହେଲେ ଅଶ୍ୱଗନ୍ଧା ସେବନ ନିହାତି ଜରୁରୀ । ଅଶ୍ୱଗନ୍ଧାରେ ଥିବା କିଛି ଉପାଦାନ ମହିଳାଙ୍କ କ୍ରୋଧ, ଚିନ୍ତା, ଚାପ ଇତ୍ୟାଦିକୁ ହ୍ରାସ କରିବାରେ ସହାୟକ ହୋଇଥାଏ । ଅଶ୍ୱଗନ୍ଧା ଚେରକୁ ପାଣିରେ ଫୁଟାଇ କିମ୍ବା ଏହାର ପାଉଡରକୁ ପାଣିରେ ଗୋଳାଇ ପିଇଲେ ଏସବୁ ସମସ୍ୟାରୁ ମୁକ୍ତି ମିଳିଥାଏ ।

ଯଦି ଆପଣଙ୍କର ଏକାଗ୍ରତା କମ ହେଉଥାଏ କିମ୍ବା କୌଣସି କାମରେ ମନ ଲାଗୁନଥାଏ ଏହାସହ ସ୍ମରଣ ଶକ୍ତି ହ୍ରାସ ପାଉଥାଏ ତେବେ ରାତିରେ ଅଶ୍ୱଗନ୍ଧା ସେବନ କରିବା ଫଳରେ ଏସବୁ ସମସ୍ୟାରୁ ମୁକ୍ତି ମଳିଥାଏ ।

ଏବେକାର ବ୍ୟସ୍ତବହୁଳ ସମୟରେ ମହିଳାମାନେ ପରିବାର ପାଇଁ ଓ ଅଫିସ ପାଇଁ କାମ କରି ସନ୍ଧ୍ୟାରେ ଘରକୁ ଫେରିବା ପରେ ବହୁ ଚାପରେ ରହିଥାନ୍ତି । ଏହାଫଳରେ ସେମାନେ ନିଜ ଉପରେ ଧ୍ୟାନ ଦେଇପାରନ୍ତି ନାହିଁ । ଏଣୁ ସେମାନେ ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି । ଏହାବି ସେମାନଙ୍କର ସେକ୍ସୁଆଲ ଜୀବନକୁ ପ୍ରଭାବିତ କରିଥାଏ । ଏଭଳି ପରିସ୍ଥିତିରେ ଅଶ୍ୱଗନ୍ଧା ଆପଣଙ୍କ ଶାରିରୀକ ସଂପର୍କ କ୍ଷମତା ବୃଦ୍ଧି କରିବାରେ ସହାୟକ ହୋଇଥାଏ ।

କିଛି ମହିଳାଙ୍କ ମାସିକ ଧର୍ମରେ ଅନିୟମିତତା ଦେଖିବାକୁ ମିଳିଥାଏ । ଏହାସହ ଅନ୍ୟ କିଛି ମହିଳାଙ୍କ ପ୍ରଜନନ କ୍ଷମତା ବି କମ ହୋଇଥାଏ । ଏସବୁ ସମସ୍ୟାର ମୁକ୍ତି ପାଇବାକୁ ହେଲେ ଅଶ୍ୱଗନ୍ଧାକୁ ଆପଣ କ୍ଷୀର ସହ ମିଶାଇ ଦୈନିକ ସେବନ କଲେ ଲାଭ ମିଳିଥାଏ ।