ଅମୃତଭଣ୍ଡାର ଲାଭ ଦାୟକ ଗୁଣ ଜାଣନ୍ତୁ…

ଅମୃତଭଣ୍ଡାକୁ ଡାଇବେଟିସ ରୋଗୀଙ୍କୁ ତରକାରୀ କିମ୍ବା ସଂତୁଳା କରି ଖାଇବାକୁ ଦିଅନ୍ତୁ…

ଅମୃତଭଣ୍ଡାକୁ ଏକ ଔଷଧ ଭାବରେ ଗ୍ରହଣ କରାଯାଇଥାଏ। ଏହାକୁ ନିୟମିତ ଭାବରେ ଖାଇଲେ ସୁଗାର ନିୟନ୍ତ୍ରଣରେ ରହିଥାଏ। ଅମୃତଭଣ୍ଡାରେ ଭିଟାମିନ ଏ, ସି, ମ୍ୟାଗ୍ନେସିୟମ, ପୋଟାସିୟମ ପ୍ରଚୁର ମାତ୍ରାରେ ରହିଛି। ଅମୃତଭଣ୍ଡା ଖାଇଲେ ଶରୀରକୁ ପାଇଁ ଲାଭ ମିଳିଥାଏ। ଡାଇବେଟିସ ରୋଗୀଙ୍କୁ ଡେଲି ଡାଏଟରେ ଅମୃତଭଣ୍ଡା ଖାଇବାକୁ ଦିଅନ୍ତୁ।

ସକାଳ ଜଳଖିଆ ଓ ସନ୍ଧ୍ୟା ସମୟରେ ଏହାକୁ ଖାଆନ୍ତୁ। ସେହିପରି କଞ୍ଚା ଅମୃତଭଣ୍ଡାକୁ ଡାଇବେଟିସ ରୋଗୀଙ୍କୁ ତରକାରୀ କିମ୍ବା ସଂତୁଳା କରି ଖାଇବାକୁ ଦିଅନ୍ତୁ। ଏଥିରେ ଥିବା ଭିଟାମିନ ସି ଆଖିକୁ ସୁସ୍ଥ ରଖିବା ସହିତ ଦୃଷ୍ଟି ଶକ୍ତି ପ୍ରଖର କରିଥାଏ। ଅମୃତଭଣ୍ଡାରେ ଥିବା ଭିଟାମିନ ସି ରୋଗ ପ୍ରତିରୋଧ ଶକ୍ତି ବଢ଼ାଇବା ସହିତ ଇମ୍ୟୁନୋ ସେଲର ସଂଖ୍ୟା ବୃଦ୍ଧି କରିଥାଏ