ମଙ୍କିପକ୍ସ ଚିହ୍ନଟ ପାଇଁ ନୂଆ ଆରଟି-ପିସିଆର କିଟ୍‌

New RT-PCR kit for monkeypox detection

ନୂଆଦିଲ୍ଲୀ : ଦେଶରେ ବ୍ୟାପୁଥିବା ସଂକ୍ରମଣ ‘ମଙ୍କିପକ୍ସ’ ଚିନ୍ତା ବଢାଇ ଦେଇଛି । ଭାରତରେ କିନ୍ତୁ ଏପର୍ଯ୍ୟନ୍ତ କୌଣସି ବ୍ୟକ୍ତି ମଙ୍କିପକ୍ସର ଶିକାର ହୋଇନାହାନ୍ତି । କିନ୍ତୁ ସରକାର ଏଥିରୁ ବର୍ତ୍ତିବା ପାଇଁ ପ୍ରସ୍ତୁତ ହୋଇଯାଇଛନ୍ତି । ଏହାରି ମଧ୍ୟରେ ଏକ ଭାରତୀୟ କଂପାନୀ ଏହି ରୋଗକୁ ଚିହ୍ନଟ କରିବା ଲାଗି ଆରଟି-ପିସିଆର କିଟ ବାହାର କରିଛି ।

ଔଷଧ ସାମଗ୍ରୀ ନିର୍ମାତା କଂପାନୀ ଶୁକ୍ରବାର ଘୋଷଣା କରିଛି ଯେ, ମଙ୍କିପକ୍ସର ରିୟଲ ଟାଇମ ରିପୋର୍ଟ ଦେବା ପାଇଁ ଆରଟି-ପିସିଆର କିଟର ବ୍ୟବହାର ଦ୍ୱାରା ଜଣାପଡିବ । ରୋଗୀଙ୍କ ଠାରେ ମଙ୍କିପକ୍ସର ଲକ୍ଷଣ ଅଛି କି ନାହିଁ ଜଣାପଡିବ । ଟ୍ରିଭିଟ୍ରାନ୍‌ ହେଲ୍‌ଥକେୟାର ପକ୍ଷରୁ ରିସର୍ଚ୍ଚ ଆଣ୍ଡ ଡଭଲପମେଣ୍ଟ ଟିମ ଏହି ଆରଟି-ପିସିଆର କିଟ ପ୍ରସ୍ତୁତ କରିଛନ୍ତି ।

ଏହି କଟି ୪ ପ୍ରକାରର ରଂଗରେ ନିର୍ମିତ ହୋଇଛି । କଂପାନୀ କହିବା ଅନୁସାରେ ସିଙ୍ଗଲ ଟ୍ୟୁବରେ ସ୍ୱାବ ଟେଷ୍ଟ ହୋଇପାରିବ । ଏହା ଦ୍ୱାରା ସହରେ ରୋଗ ଚିହ୍ନଟ କରାଯାଇପାରିବ ।