ଗର୍ଭବତୀ ମହିଳାଙ୍କୁ ଏହି ଔଷଧକୁ କରନ୍ତୁ ମନା । ନଚେତ୍ ହୋଇପାରେ ସମସ୍ୟା…

ଗର୍ଭାବସ୍ଥାରେ ମା’ର ସ୍ୱାସ୍ଥ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠୁ ଗୁରୁତ୍ୱପୂର୍ଣ୍ଣ ଗର୍ଭରେ ବଢୁଥିବା ଶିଶୁର । କାରଣ ମା’ର ଖାଇବା ପିଇବା…

ଗର୍ଭାବସ୍ଥାରେ ମା’ର ସ୍ୱାସ୍ଥ୍ୟ ଯେତିକି ଗୁରୁତ୍ୱପୂର୍ଣ୍ଣ ତାଠୁ ଗୁରୁତ୍ୱପୂର୍ଣ୍ଣ ଗର୍ଭରେ ବଢୁଥିବା ଶିଶୁର । କାରଣ ମା’ର ଖାଇବା ପିଇବା ଠାରୁ ଆରମ୍ଭ କରି ଆଚରଣ ସବୁକିଛି ଗର୍ଭସ୍ଥ ଶିଶୁ ଉପରେ ପ୍ରଭାବ ପକାଏ ।ତେଣୁ ଏହି ସମୟରେ ମା’କୁ  ଅନେକ ସତର୍କତା ଅବଲମ୍ବନ କରିବା ନିହାତି ଜରୁରୀ । ଯେମିତି କି ଯଦି ଏହି ସମୟରେ ଜ୍ୱର, ମୁଣ୍ଡବିନ୍ଧା, ହେଉ କିମ୍ବା ଅନ୍ୟ କୌଣସି ଯନ୍ତ୍ରଣା, ସେଥିପାଇଁ ସାଧାରଣତଃ ପାରାସିଟାମୋଲ ଲିକ୍ୱିଡ୍ କିମ୍ବା ଟାବ୍ଲେଟ୍ ଫର୍ମରେ ନେଇଥାନ୍ତି ।

କିନ୍ତୁ ମନେରଖନ୍ତୁ ଏହି ଔଷଧ ନେବା ପୂର୍ବରୁ ଗର୍ଭବତୀ ମହିଳା ଡାକ୍ତରଙ୍କ ସହ ପରାମର୍ଶ କରିବା ନିହାତି ଜରୁରୀ । କାରଣ ଇଂଲଣ୍ଡ ବ୍ରିଷ୍ଟଲ ୟୁନିଭର୍ସିଟିର ଗବେଷକମାନେ ଗବେଷଣା କରି ପ୍ରକାଶ କରିଛନ୍ତି ଯେ, ଗର୍ଭାବସ୍ଥାରେ ପାରାସିଟାମୋଲ ଗ୍ରହଣ କରିବା ଗର୍ଭସ୍ଥ ଶିଶୁର ମାନସିକ ବିକାଶ ଉପରେ ପ୍ରଭାବ ପକାଇବା ସହ ତାର ବ୍ୟାବହାରିକ ସମସ୍ୟା ସୃଷ୍ଟି କରେ ।

ଏହି ଗବେଷଣାରେ ଗବେଷକମାନେ ୧୪,୦୦୦ ଶିଶୁଙ୍କୁ ନେଇ ଗବେଷଣା କରିଥିଲେ । ଏମାନଙ୍କ ମଧ୍ୟରୁ ଏମାନଙ୍କ ମା’ଙ୍କ ମଧ୍ୟରୁ ୪୩% ମା’ ୬/୭ ମାସର ଗର୍ଭାବସ୍ଥାରେ ପାରାସିଟାମୋଲ କିମ୍ବା ସେହି କମ୍ପୋଜିସନର ପେନ୍ କିଲର ନେଇଥିଲେ । ତେଣୁ ଏମାନଙ୍କ ମଧ୍ୟରୁ କିଛି ଶିଶୁଙ୍କ ଠାରେ ହାଇପର ଟେନସନ୍, ମାନସିକ ଅସ୍ଥିରତା , ଅଟିଜିମ୍ ଓ ଆସ୍ଥମା ପରି ସମସ୍ୟା ପରିଲକ୍ଷିତ ହୋଇଥିଲା ।

ଆଉ ଏକ ତଥ୍ୟ ହେଉଛି ଏହି ପ୍ରଭାବ କନ୍ୟା ସନ୍ତାନଙ୍କ ଅପେକ୍ଷା ପୁତ୍ର ସନ୍ତାନଙ୍କ ଉପରେ ଅଧିକ ପଡିଥାଏ । ତେଣୁ କୌଣସି ପେନକିଲର ତଥା ପାରାସିଟାମୋଲ ମେଡିସିନ୍ ନେବା ପୂର୍ବରୁ ଡାକ୍ତରଙ୍କ ସହ ପରାମର୍ଶ କରିବାକୁ ଭୁଲନ୍ତୁ ନାହିଁ