କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଗାଇଡଲାଇନ ମାନିବାକୁ ଦିଲ୍ଲୀ ସରକାରଙ୍କ ନିର୍ଦ୍ଦେଶ

The Union Ministry of Education has instructed the Delhi government to abide by the guidelines…

ନୂଆଦିଲ୍ଲୀ: ଦିଲ୍ଲୀ ସରକାର ରାଜଧାନୀର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲକୁ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦ୍ୱାରା ଜାରି ହୋଇଥିବା ଗାଇଡଲାଇନକୁ ପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଗ୍ରୀଷ୍ମ ପ୍ରବାହକୁ ମୁକାବିଲା କରିବା ଲାଗି କେନ୍ଦ୍ର ସରକାର ଗାଇଡଲାଇନ ଜାରି କରିଥିଲେ । ଉକ୍ତ ଗାଇଡଲାଇନରେ ଖରା ଲାଗି ସାବଧାନତା ସହ ସ୍କୁଲ ସମୟ କମ୍‌ କରିବା ଓ ବାହ୍ୟ ଗତିବିଧି ଉପରେ ରୋକ ଲଗାଇବାକୁ ପ୍ରସ୍ତାବ ଦିଆଯାଇଥିଲା ।

ସୂଚନାଯୋଗ୍ୟ ଯେ, ଦିଲ୍ଲୀରେ ତାପମାତ୍ରା ୪୫ ଡିଗ୍ରୀରୁ ଅଧିକ ରହିଛି । ସେଥିପାଇଁ ଦିଲ୍ଲୀର ଅଧିକାଂଶ ଘରୋଇ ସ୍କୁଲ ଗ୍ରୀଷ୍ମ ଛୁଟି ଘୋଷଣା କରିଥିବାବେଳେ ଆଉ କିଛି ସ୍କୁଲ ଅନଲାଇନ କ୍ଲାସ ଆରମ୍ଭ କରିଛନ୍ତି ।