Today Odia Horoscope: ହିନ୍ଦୁ କ୍ୟାଲେଣ୍ଡର ମୁତାବକ ବୈଶାଖ ମାସ ୧୨ ଦିନ । ରାଶି ଗଣନାନୁସାରେ ମେଷ ମାସ ୧୯ ଦିନରେ ପଦାର୍ପଣ କରିଛି । ଆଜି ଶୁକ୍ଳପକ୍ଷ ପଂଚମୀ ତିଥି । ଚନ୍ଦ୍ର ଅବସ୍ଥାନ କରିଛନ୍ତି ଆର୍ଦା ନକ୍ଷତ୍ର ମିଥୁନ ରାଶିରେ । ଅଦ୍ୟ ରୁକ୍ବେଦୀ ଓ ସାମବେଦୀ ବ୍ରତୋପନୟନ । ଜଗଦ୍ଗୁରୁ ଆଦି ଶଙ୍କରାଚାର୍ଯ୍ୟ ଆଜ ଦିନରେ ଜନ୍ମଗ୍ରହଣ କରିଥିଲେ ।
ଆଜି ଷଷ୍ଠୀ ତିଥିର ଏକୋଦ୍ଦିଷ୍ଟ ଓ ପାର୍ବଣ ଶ୍ରାଦ୍ଧ । ଯୋଗିନୀ ଦକ୍ଷିଣ କୋଣରେ ଅଛନ୍ତି । ସକାଳ ୯ଟା ୧୩ ମିନିଟ୍ ପରେ ଯୋଗିନୀ ପଶ୍ଚିମ ଦିଗରେ ଅବସ୍ଥାନ କରିବେ । ଅତଏବ ଯୋଗିନୀଙ୍କୁ ବାମପାଶ୍ୱର୍ରେ ରଖି ଯାତ୍ରାରମ୍ଭ କରିପାରନ୍ତି । ଘରୁ ବାହାରକୁ ଗୋଡ଼ କାଢ଼ିବା ପୂର୍ବରୁ ମନରେ ‘ଓଁ ଶ୍ରୀ ରାମଦୂତାୟ ନମଃ’ ସ୍ମରଣ କରି ବାହାରି ଯାଆନ୍ତୁ । ଆଜି କନ୍ୟା ରାଶିର ଘାତଚନ୍ଦ୍ର । ବିଛା, ଧନୁ ଓ ମୀନ ରାଶିର ଘାତବାର ।
ଆଜିର ଦିନଟି ଆପଣଙ୍କ ପାଇଁ କିପରି ରହିବ । ସେ ସଂପର୍କରେ କହିବା ପୂର୍ବରୁ ବେଲ ଆଇକନ୍ ଟିପି ଆମ ଚାନେଲକୁ ସବ୍ ସ୍କ୍ରାଇଭ କରିବାକୁ ଅନୁରୋଧ କରୁଛି । ଆପଣଙ୍କର ବ୍ୟକ୍ତିଗତ ସମସ୍ୟା ସମାଧାନ କରିବାକୁ ଚାହୁଁଥିଲେ କମେଂଟ ବକ୍ସକୁ ଯାଇ ଆପଣଙ୍କ ନାମ ଓ ମୋବାଇଲ ଲେଖି ପାରନ୍ତି ।
https://youtu.be/AJp8VbXmF3c?si=y2RORagYyXp8LBfs
ଏବେ ଆସନ୍ତୁ, ମେଷ ରାଶିର ସଂପର୍କରେ ଜାଣନ୍ତୁ..
ମେଷରାଶି ଜାତକ ଆଜି ମିଶ୍ରିତ ଫଳ ପାଇବେ । ଘନିଷ୍ଠ ଲୋକଙ୍କ ସହାୟତା ପାଇପାରନ୍ତି । କୌଣସି ଗୁରୁତ୍ୱପୂର୍ଣ୍ଣ କାମ ଆରମ୍ଭ କରିପାରନ୍ତି । ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଅଯଥା କ୍ରୋଧ କରନ୍ତୁ ନାହିଁ । ବ୍ୟବସାୟ ଯଥାରୀତି ଚାଲିବ । ନୂତନ ଯୋଜନା କାର୍ଯ୍ୟକାରୀ କରିପାରନ୍ତି । ଚାକିରି କରୁଥିବା ଲୋକଙ୍କୁ ଦୂରସ୍ଥାନକୁ ଯିବାକୁ ପଡ଼ିପାରେ । ପରିବାର ସହିତ କୌଣସି ଧାର୍ମିକ ପୀଠକୁ ଯାଇପାରନ୍ତି । ସ୍ୱାସ୍ଥ୍ୟ ଏକପ୍ରକାର ଭଲ ରହିବ । ଆଜି ପାଇଁ ଭାଗ୍ୟଶାଳୀ ରଙ୍ଗ ବାଦାମୀ । ଭାଗ୍ୟଶାଳୀ ନମ୍ବର ୬ ।
ବୃଷ: ବୃଷରାଶି ଜାତକଙ୍କ ପାଇଁ ଆଜି ଦିନଟି ସେତେ ଠିକ ରହିବନି । ପାରିବାରିକ ମାମଲାରେ କଳିଝଗଡ଼ା ଆଶଙ୍କା କରାଯାଉଛି । ଆପଣଙ୍କ ବ୍ୟକ୍ତିଗତ ନିଷ୍ପତି ଉଭୟ ପାରିବାରିକ ଓ କର୍ମମୟ ଜୀବନକୁ ପ୍ରଭାବିତ କରିପାରେ । ଆଜିର ଅଶୁଭ ପରିସ୍ଥିତିକୁ ଏଡାଇବା ପାଇଁ ସବୁଜ ରଙ୍ଗର କିଛି ପରିଧାନ କରନ୍ତୁ । ଜରୁରୀ କାମଗୁଡ଼ିକୁ ଅପରାହ୍ଣ ୫ଟା ପୂର୍ବରୁ ସାରିବାକୁ ଚେଷ୍ଟା କରନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ବାଇଗଣୀ । ଭାଗ୍ୟଶାଳୀ ନମ୍ବର ୯ ।
ମିଥୁନ: ମିଥୁନ ରାଶିର ଜାତକଙ୍କୁ ମୋର ଅନୁରୋଧ । ଆଜି ଝିମିଟି ଖେଳରୁ ମହାଭାରତ ସୃଷ୍ଟି କରନ୍ତୁନି । ଶାନ୍ତି ମନରେ ଉପୁଜିଥିବା ସମସ୍ୟାର ସରଳ ସମାଧାନ କରିବାରେ ଆପଣ ମାହିର । ନିଜର ବୁଦ୍ଧି ବିଦ୍ୟା ଓ ଦକ୍ଷତା ଉପରେ ଆପଣଙ୍କର ଅତୁଟ ବିଶ୍ୱାସ । ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ଆଜିଠୁ ଯୋଜନା ମୁତାବକ କାମ ଆରମ୍ଭ କରିଦିଅନ୍ତୁ । ଆପଣ ଆଜି ପୁରା ଦମ୍ରେ ଅଛନ୍ତି । ଆଜି ଆପଣ ହଳଦିଆ ରଙ୍ଗର ପୋଷାକ ପରିଧାନ କରନ୍ତୁ । ଜରୁରୀ କାମଗୁଡ଼ିକ ଦିନ ୩ଟାରୁ ୫ଟା ଭିତରେ ସାରନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ନମ୍ବର ୯ । ଭାଗ୍ୟଶାଳୀ ରଙ୍ଗ ଗୋଲାପୀ ।
କର୍କଟ: ଆଜି ଆପଣ ଏକାଧିକ ଚାଲେଞ୍ଜକୁ ସାମ୍ନା କରିପାରନ୍ତି । ମନକୁ ଶାନ୍ତ ରଖନ୍ତୁ । ଧୂମକେତୁ ଭଳି ସମସ୍ୟା ଆସିବ କିଛି କ୍ଷଣ ମନକୁ ଅଶାନ୍ତ କରି ତା’ ବାଟରେ ଚାଲିଯିବ । ସେଥିରେ ନିଜକୁ ଦୁର୍ବଳ ମନେ କରନ୍ତୁନି । ଆପଣ ଜଣେ ବାସ୍ତବବାଦୀ । ନିଜ ଉପରେ ଅତୁଟ ବିଶ୍ୱାସ ରଖନ୍ତି । ତେଣୁ କଠିନ ପରିଶ୍ରମ କରି ଜୀବନକୁ ସରସ ସୁନ୍ଦର କରି ଦିଅନ୍ତୁ । ଆପଣଙ୍କ ଚାରିପଟେ ସକାରାତ୍ମକ ଶକ୍ତି ଭରିବା ପାଇଁ ଈଷତ୍ ବାଦାମୀ ରଙ୍ଗର ପୋଷାକ ପରିଧାନ କରନ୍ତୁ । ଦିନ ୨ଟାରୁ ୩ଟା ଭିତରେ ଜରୁରୀ କାମଗୁଡ଼ିକ ସାରନ୍ତୁ ।
ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ନମ୍ବର ୨ ।
ସିଂହ: ଆଜି ଆପଣଙ୍କ ମନରେ ଅସୀମ ଆଗ୍ରହ ଓ ଶରୀରରେ ଶତସିଂହର ବଳ ଭରିଯାଇଛି । ଦୃଢ଼ ବିଶ୍ୱାସ ବଳରେ ଯେକୌଣସି ଚାଲେଞ୍ଜକୁ ସାମ୍ନା କରି ବିଜୟୀ ହେବେ । ଆଜି ଆପଣ ଝଡ଼ ଆକାଶରେ ଈଗଲ ଭଳି ବାଟ କାଟି ଉଡ଼ିଯିବେ । ଶତ୍ରୁ ଆପଣଙ୍କ ସାହସକୁ ସଲାମ କରିବ । କହିବାର ଅର୍ଥ ପଛଘୁଂଚା ଆପଣଙ୍କ ଜାତକରେ ନାହିଁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ଗୋଲାପୀ । ଦିନ ୧୦ଟାରୁ ୧୧ଟା ଭିତରେ ଜରୁରୀ କାମ ସାରନ୍ତୁ । ଭାଗ୍ୟଶାଳୀ ନମ୍ବର ୪ ।
କନ୍ୟା: ପାରିବାରିକ କ୍ଷେତ୍ରରେ ସାମାନ୍ୟ ଝଡ଼ ଆସିବାର ସଂକେତ ମିଳୁଛି । ବାଣୀରେ ସଂଯମତା ରକ୍ଷା କରନ୍ତୁ । କାହା ମନରେ ଆଘାତ ଦେଲା ଭଳି କଥା କୁହନ୍ତୁନି । ଆଜିର ସମସ୍ୟାଗୁଡ଼ିକ ଆପେ ଆପେ ସମାଧାନ ହୋଇଯିବ । ଆପଣଙ୍କ ମଧୁର ଆଳାପ ଓ ନିଷ୍ପତି ସମସ୍ତଙ୍କ ଉପରେ ସକାରାତ୍ମକ ପ୍ରଭାବ ପକାଇବ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ନମ୍ବର ୭ । ଭାଗ୍ୟଶାଳୀ ରଙ୍ଗ ଗାଢ଼ ହଳଦିଆ ।
ତୁଳା: ଆଜି ଆପଣଙ୍କ ଦିନଟି ବେଶ ପ୍ରଶସ୍ତ ରହିଛି । ଯୋଉ କାମରେ ହାତ ଦେବେ । ଆରାମରେ ଶେଷ କରିବେ । ଦିନସାରା ଆପଣ ବେଶ ଫୂର୍ତି ରହିବେ । ମନରେ ନକାରାତ୍ମକ ଚିନ୍ତା ଆଣିଲେ ତା’ର ପ୍ରତିକୂଳ ପ୍ରଭାବ କାମ ଉପରେ ପଡ଼ିପାରେ । ବ୍ୟବସାୟରେ ମୁଣ୍ଡ ଟେକୁଥିବା ସମସ୍ୟାଗୁଡ଼ିକୁ ଶାନ୍ତମନରେ ସମାଧାନ କରନ୍ତୁ । ଗରାଖଙ୍କ ପ୍ରତି କୋମଳପୂର୍ଣ୍ଣ କଥାବାର୍ତା କରନ୍ତୁ । ଅପରାହ୍ଣ ୪ଟା ୫ଟା ଭିତରେ ଜରୁରୀ କାମଗୁଡ଼ିକ ସାରିବାକୁ ଚେଷ୍ଟା କରନ୍ତୁ । ଆଜି ପାଇଁ ଆପଣଙ୍ଗ ଭାଗ୍ୟଶାଳୀ ରଙ୍ଗ ନୀଳ । ଭାଗ୍ୟଶାଳୀ ନମ୍ବର।
ବିଛା: ଆଜି ଆପଣ ସାମାଜିକ ସ୍ତରରେ ଅନ୍ୟମାନଙ୍କୁ ପ୍ରଭାବିତ କରିପାରନ୍ତି । ପାରିବାରିକ କ୍ଷେତ୍ରରେ ସାମାନ୍ୟ ସମସ୍ୟା ଦେଖା ଦେଇପାରେ । ବନ୍ଧୁବାନ୍ଧବ ଓ ପ୍ରିୟ ଲୋକଙ୍କ ଗହଣରେ ଅଧିକରୁ ଅଧିକ ସମୟ ବିତାଇ ପାରନ୍ତି । ଅପ୍ରତ୍ୟାଶିତ ଶୁଭ ଖବର ପାଇ ଆତ୍ମହରା ହୋଇପାରନ୍ତି । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ଲାଲ । ଭାଗ୍ୟଶାଳୀ ନମ୍ବର ୫ ।
ଧନୁ: ଆକସ୍ମିକ ସମସ୍ୟା ଉପୁଜିପାରେ । ଅଟକି ଯାଇଥିବା କାମ ବା ବ୍ୟବସାୟ ପୁଣି ଆରମ୍ଭ କରିପାରନ୍ତି । ଦିନସାରା ବ୍ୟସ୍ତ ରହିପାରନ୍ତି । ସମୟକୁ ଆପଣଙ୍କ ହାତମୁଠାକୁ ଆଣନ୍ତୁ । ପ୍ରତିକୂଳ ପରିସ୍ଥିତିକୁ ଅନୁକୂଳ କରିବାରେ ସଫଳ ହେବେ । ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ିକୁ ଦିନ ୩ଟାରୁ ୫ଟା ଭିତରେ ସାରିବାକୁ ଚେଷ୍ଟା କରନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ହଳଦିଆ । ଭାଗ୍ୟଶାଳୀ ନମ୍ବର ୪ ।
ମକର: ଆଜି କୌଣସି ଜଣେ ପ୍ରଭାବଶାଳୀ ଲୋକଙ୍କ ସହଯୋଗ ପାଇ ଆପଣଙ୍କ ଜୀବନର ଗତିପଥ ବଦଳି ଯାଇପାରେ । ମନେରଖନ୍ତୁ, ମାଗଣା ପ୍ରୀତି ଭୋଜନ ଗ୍ରହଣ କରନ୍ତୁନି । କାହାର ଦୟାର ପାତ୍ର ହୁଅନ୍ତୁ ନାହିଁ । ହୋଟେଲରେ ଖାଇବା ପରେ ଆପଣ ବିଲ ପେମେଂଟ କରନ୍ତୁ । ବନ୍ଧୁଙ୍କୁ ପେମେଂଟ କରିବାକୁ ବାରଣ କରନ୍ତୁ । ପେଶା ପ୍ରତି ଅନୁରକ୍ତ ରୁହନ୍ତୁ । ଆଜି ବାଇଗଣୀ ପୋଷାକ ଧାରଣ କରନ୍ତୁ । ଫୋକସ୍ରେ ରହିବେ । ଦିନ ଗୋଟାଏରୁ ୩ଟା ଭିତରେ ଜରୁରୀ କାମ ସାରନ୍ତୁ । ଭାଗ୍ୟଶାଳୀ ନମ୍ବର ୧ ।
କୁମ୍ଭ: ଥଟା ପରିହାସ ଭିତରେ ଏପରି କଥା କହନ୍ତୁ ନାହିଁ ଯାହା ଅନ୍ୟ ମାନଙ୍କ ମନକୁ କଷ୍ଟ ଦେବ । ଇଟାର ଜବାବ ପଥରରେ ନ ଦେଲେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ମନର କ୍ରୋଧକୁ ନିୟନ୍ତ୍ରଣ ଭିତରେ ରଖନ୍ତୁ । ଯେତେ କମ୍ କହିବ, ଅନ୍ୟମାନଙ୍କ ଉପରେ ପ୍ରଭାବ ବିସ୍ତାର କରିପାରିବ । ସମଭାବାପନ୍ନ ରହିବାକୁ ଚେଷ୍ଟା କରନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ନୀଳ । ଭାଗ୍ୟଶାଳୀ ନମ୍ବର ୩ ।
ମୀନ: ଆଜି ଆପଣ ପାରିବାରିକ ସ୍ତରରେ ଉପୁଜିଥିବା ସମସ୍ୟାର ସରଳ ସମାଧାନ କରିପାରିବେ । ପରିବାର ଲୋକଙ୍କ ସହିତ ଆପଣଙ୍କର ସଂପର୍କ ମଜଭୁତ ରହିବ । କର୍ମକ୍ଷେତ୍ରରେ ଏକାଗ୍ରତାର ସହ କାମ କରନ୍ତୁ । ଲକ୍ଷ୍ୟସ୍ଥଳରେ ପହଂଚି ପାରିବେ । ଅନ୍ୟମାନଙ୍କ କଥାରେ ପ୍ରଭାବିତ ନହୋଇ ନିଜ ମନ ଓ ବିବେକ ଅନୁସାରେ କାମ କରନ୍ତୁ । ଭାଗ୍ୟଦେବୀ ଆପଣଙ୍କ ସହିତ ଅଛନ୍ତି । ଜରୁରୀ କାମଗୁଡ଼ିକୁ ରାତି ୭ଟାରୁ ୯ଟା ଭିତରେ ସାରିବାକୁ ଚେଷ୍ଟା କରନ୍ତୁ । ଆଜି ପାଇଁ ଆପଣଙ୍କ ଭାଗ୍ୟଶାଳୀ ରଙ୍ଗ ସବୁଜ । ଭାଗ୍ୟଶାଳୀ ନମ୍ବର ୫।