ଭାରତ-ପାକିସ୍ତାନ ଘମାଘୋଟ ଲଢେ଼ଇ!

ଭାରତ-ପାକିସ୍ତାନ: ମାର ମାର ଭଣ୍ଡାରିଆକୁ ମାର । ନବଦାସ ହତ୍ୟା ମାମଲାରେ କ୍ରାଇମ୍‌ ବ୍ରାଂଚ ଅଧିକାରୀ ଝାରସୁଗୁଡ଼ା ବିମାନ ବନ୍ଦର ପରିସର ଭିତରେ ଥିବା ଥାନାର ସେପ୍‌ଟିକ୍‌ ଟାଙ୍କି ଅଣ୍ଡାଳି ଥିଲେ । ସେପ୍‌ଟିକ୍‌ ଟାଙ୍କି ସହିତ ନବଦାସଙ୍କ ହତ୍ୟାକାଣ୍ଡର ଭିତିରିଆ ସଂପର୍କ ସାଧାରଣ ଲୋକଙ୍କ କଳ୍ପନାର ବାହାର ବିଷୟ । କିନ୍ତୁ ତଦନ୍ତକାରୀ ଅଧିକାରୀଙ୍କ ଉନ୍ନତ ମଗଜ ସେଭଳି ଦିଗରେ ବେଶ ସଜାଗ । ସାଧାରଣ ଘଟଣାକୁ ଅସାଧାରଣ କରିବା ପାଇଁ ଆମ ପୁଲିସ ପ୍ରଶାସନକୁ ସବୁ କଳାକୌଶଳ ମାଲୁମ ।

ପହଲଗାମ ହମ୍‌ଲା ପାଇଁ ଭାରତ ସରକାରଙ୍କ ଦୋଷ ବାଛିବା ଗୁରୁଚଣ୍ଡାଳ ଭୁଲ ବୋଲି ଆମ ଚାନେଲ ଅନୁଭବ କରୁଛି । ତେଣୁ ମାପିଚୁପି କଥା କହିବାକୁ ପଡୁଛି । ଆପଣମାନେ ଆମ କଥାକୁ ହାଲୁକା ମଣିବାକୁ ଅନୁରୋଧ । ଆମ କଥାଟିକୁ ମାମୁଲି ମଣୁଥିବା ଦର୍ଶକ ଆମ ଚାନେଲକୁ ସବ୍‌ ସ୍କ୍ରାଇବ କରନ୍ତୁ । ଲାଇକ୍‌ କରନ୍ତୁ । କମେଂଟ ବାକ୍ସକୁ ଯାଇ ଆମକୁ ବଣଭାଲୁ, ଗଧ, ଛେଳି ଶ୍ରେଣୀଭୁକ୍ତ କରି କମେଂଟ କରନ୍ତୁ ।

ପହଲଗାମ ହମ୍‌ଲାର ପ୍ରତିଶୋଧ ନବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ଜନସଭାରେ ବହୁତ କିଛି ବକିଛନ୍ତି । ଇଟାର ଜବାବ ପଥରରେ ଦିଆଯିବ କି ଗୁଳିର ଜବାବ ତୋପରେ ଦିଆଯିବ । ସେ କଥା ଆମର ପ୍ରିୟ ନରେନ୍ଦ୍ର ମୋଦି, ଅମିତ ଶାହ ଓ ରାଜନାଥ ସିଂ ଭଲ ଭାବରେ ଜାଣନ୍ତି । ୨୮ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଶେଷ ହୋଇଛି । ଉକ୍ତ ବୈଠକରେ ରାଜନାଥ ସିଂ, ଅମିତ ଶାହ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ନିର୍ଣ୍ଣାୟକ ନିଷ୍ପତି ଗ୍ରହଣ କରିଥିବା ଆଶା କରାଯାଏ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବୟାନରେ ପାକ୍‌ ସରକାର ଡରି ଯାଇଛନ୍ତି । ଭୟାଳୁ ଲୋକ ଆପଣା ସୁରକ୍ଷା ପାଇଁ ସୀମା ନିକଟରେ ପହଂଚି ଆଗୁଆ ଗୁଳି ଚଳାଇବା କେତେ ଦୂର ଯୁକ୍ତିସଂଗତ, ତା’ର ବିଚାର ଦେଶର ୧୪୩ କୋଟି ଜନତା କରିବା ଉଚିତ ନୁହେଁ କି? ସୀମା ନିକଟରେ ପାକ୍‌ସେନାର ଗୁଳିମାଡ଼ର କଡ଼ା ଜବାବ ଦେଉଛନ୍ତି ଭାରତୀୟ ସୀମା ସୁରକ୍ଷା ବାହିନୀ ।

ଭାରତ ସରକାର ଫ୍ରାନ୍ସରୁ ୨୬ଟା ରାଫେଲ କିଣିବା ପାଇଁ ନିଷ୍ପତି ନେଇଛନ୍ତି । ସେଥିପାଇଁ ଭାରତ ରାଜକୋଷରୁ ୬୩ ହଜାର କୋଟି ଟଙ୍କା ଫ୍ରାନ୍ସ ରାଜକୋଷକୁ ଯିବ । ସବୁ ଘଟଣାଗୁଡ଼ାକ କେମିତି ଗୋଟିଏ ଗୋଳମାଳିଆ ଲାଗୁଛି । ନିକଟ ଅତୀତରେ ଆମ ପ୍ରଧାନମନ୍ତ୍ରୀ ଯୁକ୍ତରାଷ୍ଟ୍ର ଆମେରିକା ରାଷ୍ଟ୍ରପତିଙ୍କ ନିକଟକୁ ଉଡ଼ି ଯାଇଥିଲେ, ସେଠାରୁ ଫେରି ଗଣମାଧ୍ୟମକୁ କିଛି କହିଲେନି । ପ୍ରଥମ ଥର ପାଇଁ ଆମ ପ୍ରଧାନମନ୍ତ୍ରୀଙ୍କ ଏଭଳି ଆଚରଣ ଟିକେ ଅସହଜ ମନେହେଲା । ତା’ର କିଛିଦିନ ପରେ ସରକାର ଚଳାଇବା ପାଇଁ କେତେ ଲକ୍ଷ କୋଟି ଟଙ୍କାର ଅତିରିକ୍ତ ବଜେଟ୍‌ ଉପସ୍ଥାପନ । ବିକଶିତ ଭାରତକୁ ଅତିରିକ୍ତ ଟଙ୍କା ଦରକାର ବୋଲି ସଂସଦରେ ଅର୍ଥମନ୍ତ୍ରୀଙ୍କ ବୟାନ । ତା’ର କିଛିଦିନ ପରେ ପହଲଗାମରେ ଆତଙ୍କୀ ହମ୍‌ଲା । ଆତଙ୍କୀ ହମ୍‌ଲାକୁ ଯୁକ୍ତରାଷ୍ଟ୍ର ଆମେରିକା, ରୁଷିଆ, ଫ୍ରାନ୍ସ ଭଳି ଦେଶଗୁଡ଼ିକର କଡ଼ା ନିନ୍ଦା । ତା’ ପରେ ପରେ ଫ୍ରାନ୍ସରୁ ରାଫେଲ କିଣା ଯିବାର ଘୋଷଣା ।