ଭୁବନେଶ୍ୱର: ଆସନ୍ତା ମେ’ ୧୦ରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ଅମିତ ଶାହ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ପ୍ରଥମେ ଅମିତ ଶାହ ଭୁବନେଶ୍ୱରରେ ପହଞ୍ଚି ଜଟଣୀ ଯିବେ ଏବଂ ଜଟଣୀରେ ଫରେନ୍ସିକ୍ ବିଶ୍ୱବିଦ୍ୟାଳୟର ଶିଳାନ୍ୟାସ କରିବେ।
ଏଥିସହିତ ସଂଧ୍ୟାରେ ପୁରୀ ଯାଇ ମହାପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରିବେ । ମେ’ ୧୧ରେ ସମ୍ବଲପୁର ଯାଇ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ ଅମିତ ଶାହ। ପରେ ଭୁବନେଶ୍ୱରର ଜନତା ମଇଦାନରେ ଶିଳାନ୍ୟାସ କରିବା ସହିତ ଅଭିଭାଷଣ ଦେବେ ।