ଅଗ୍ନିକାଣ୍ଡରେ ୪ ବଖରା ଘର ସହ ୧୧ ଜୀବଜନ୍ତୁ ଜୀବନ୍ତ ଦଗ୍ଧ

ଭଦ୍ରକ : ଅଗ୍ନିକାଣ୍ଡରେ ୪ ବଖରା ଘର ସହ ୧୧ ଜୀବଜନ୍ତୁ ଜୀବନ୍ତ ଦଗ୍ଧ ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି । ବିଳମ୍ବିତ ରାତିରେ ଘରେ ସମସ୍ତେ ଶୋଇଥିବା ବେଳେ ହଠାତ ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣା ଭଦ୍ରକ ଜିଲ୍ଲା ତିହିଡି ବ୍ଲକ୍‌ ଅଚକ ପଞ୍ଚାୟତ ଛନ୍ଦା ସାହିରେ ଘଟିଛି । ଅଗ୍ନିକାଣ୍ଡରେ ଘରକରଣା ଜିନିଷପତ୍ର, ଧାନ, ଚାଉଳ, ଗୋଟିଏ ମଟର ସାଇକେଲ, ୧୧ଟି ଛେଳି ଓ ଗୋଟିଏ ବାଛୁରୀ ଜୀବନ୍ତ ଦଗ୍ଧ ହୋଇଛନ୍ତି । ଏହି ନିଆଁକୁ ଆୟତ୍ତ କରିବାକୁ ଦମକଳ ବାହିନୀକୁ ଦୀର୍ଘ ସମୟ ଲାଗିଥିଲା । ଅଗ୍ନିକାଣ୍ଡର କାରଣ ଏବେସୁଦ୍ଧା ଜଣାପଡିନାହିଁ । ଏନେଇ ସ୍ଥାନୀୟ ରାଜସ୍ୱ ନିରୀକ୍ଷକ ପହଞ୍ଚି କ୍ଷୟକ୍ଷତିର ଆକଳନ କରିବା ସହ ତିହିଡି ତହସିଲଦାରଙ୍କୁ ଅବଗତ କରାଇଛନ୍ତି ।