ଭୁବନେଶ୍ୱର : ରାଜରାସ୍ତାରେ ଚୁଲି ଜାଳି ରନ୍ଧନ ଗ୍ୟାସ୍ ଦରବୃଦ୍ଧିକୁ ପ୍ରତିବାଦ କରିଛି ବିଜେଡି। ବିଜୁ ମହିଳା, ଯୁବ ଏବଂ ଛାତ୍ର ଜନତା ଦଳ ତରଫରୁ ମାଷ୍ଟର କ୍ୟାଂଟିନ ଛକରେ ଆନ୍ଦୋଳନ କରିଛି ବିଜେଡି। ଡବଲ ଇଞ୍ଜିନ୍ ରାଜ୍ୟବାସୀଙ୍କୁ ଡବଲ ଧୋକା ଦେଇଛି ବୋଲି ବିଜେଡି ଅଭିଯୋଗ କରିଛି। ଆଗାମୀ ଦିନରେ ଆନ୍ଦୋଳନକୁ ତୀବ୍ରତର କରିବା ପାଇଁ ଦଳ ନିଷ୍ପତି ନେଇଛି। ସବୁ ଜିଲ୍ଲାର କଲେକ୍ଟର ଅଫିସ ସମ୍ମୁଖରେ ଆନ୍ଦୋଳନ କରାଯିବ। ବିଧାନସଭା ଘେରାଉ କରିବ। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ଇନ୍ଧନ ଗ୍ୟାସର ଅଭାବ ଦେଖାଦେଇଛି। ଏବେ ପ୍ରାୟ ୨୦ ପ୍ରତିଶତ କମର୍ସିଆଲ ଗ୍ୟାସ ସପ୍ଲାଏ ବନ୍ଦ କରାଯାଇଛି। ଏଥିପାଇଁ ହୋଟେଲ ଓ ରେଷ୍ଟୁରାଂଟ୍ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।