ମହାନଦୀ ବ୍ରିଜ ଉପରେ ସଡ଼କ ଦୁର୍ଘଟଣା, 2 ମୃତ, 2 ଗୁରୁତର

ବୌଦ୍ଧ : ବୌଦ୍ଧ ମହାନଦୀ ବ୍ରିଜ ଉପରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଜଣେ ମୃତକ ବୌଦ୍ଧ ସହର ବୁଟୁପାଲିର ମୋତିଲାଲ ଯୋଶୀ ହୋଇଥିବା ବେଳେ ଅନ୍ୟ ମୃତକଙ୍କ ପରିଚୟ ମିଳି ପାରିନାହିଁ ।

ରେଢ଼ାଖୋଲ ପଟରୁ ବୌଦ୍ଧ ଆଡକୁ ଦୃତ ଗତିରେ ଆସୁଥିବା ଏକ କାର ସହ ବିପରୀତ ଦିଗରୁ ଆସୁଥିବା ଗୋଟିଏ ବାଇକ ଓ ସ୍କୁଟି ମହାନଦୀ ଉପରେ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଦୁଇ ବାଇକ ଆରୋହୀ ଏବଂ କାର ଚାଲାକଙ୍କୁ ଗୁରୁତର ଅବସ୍ଥାରେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ବେଳେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି । ବୁର୍ଲା ସ୍ଥାନାନ୍ତରିତ ବେଳେ ବାଟରେ ଅନ୍ୟ ଏକ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ବୌଦ୍ଧ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।